ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ଙ୍କୁ ଘରକୁ ଡାକି ସୁନା ଚେନ୍‌ ହରାଇଲେ ଯୁବତୀ

ଚେନ୍ନାଇ: ଜଣେ ଯୁବତୀଙ୍କ ସୁନା ଚେନ୍‌ ଚୋରି କରିଥିବା ଅଭିଯୋଗରେ ପୁଲିସ ଜଣେ ଲୋକକୁ ଗିରଫ କରିଛି। ସେ ଲୋକ ଉକ୍ତ ଯୁବତୀଙ୍କ ଫେସ୍‌ବୁକ୍‌ ଫ୍ରେଣ୍ଡ୍‌ ବୋଲି ପରେ ଜଣାପଡ଼ିଲା।

ପଲାନିର ୨୨ ବର୍ଷିୟ ମନୋଜ କୁମାର ଫେସ୍‌ବୁକ୍‌ରେ ଯୁବତୀମାନଙ୍କ ବନ୍ଧୁ ସାଜିବାର ଅଳ୍ପ ଦିନ ପରେ ସେମାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ୍‌ କରି ଠକନ୍ତି।

ପୁଲିସ କହିବା ଅନୁସାରେ, ରେଡ୍‌ ହିଲ୍‌ସ୍‌ରେ ବସବାସ କରୁଥିବା ୨୫ ବର୍ଷୀୟ ଏମ୍‌. ନିତ୍ୟ ପ୍ରଥମେ ଅଭିଯୋଗ ଦାଏର କରି କହିଥିଲେ କି, ଫେବ୍ରୁଆରି ୯ ତାରିଖ ଦିନ ତାଙ୍କ ଘରୁ ଚୋରି ହୋଇଛି। କିନ୍ତୁ, ତଦନ୍ତ ସମୟରେ ପୁଲିସ ତାଙ୍କର ସବୁ କଲ୍‌ ରେକର୍ଡ ଦେଖିବା ପରେ ଜାଣିଲା ଯେ ସେ ମନୋଜ ସହ ଦୀର୍ଘ ସମୟ ଯାଏଁ ଗପିଥିଲେ। ଘଟଣା ଘଟିବାର ପୂର୍ବଦିନ ମଧ୍ୟ ଦୁହେଁ ଫୋନ୍‌ରେ କଥାବାର୍ତ୍ତା କରିଥିଲେ।

ପୁଲିସ କହୁଛି, ନିତ୍ୟ ମନୋଜ କୁମାରଙ୍କୁ ଘରକୁ ଆମନ୍ତ୍ରଣ କରିଥିଲେ। ତେଣୁ ସେ ଫେବ୍ରୁଆରି ୮ ତାରିଖ ଦିନ ତାଙ୍କ ଘରକୁ ଆସିଥିଲେ। ତାଙ୍କ ସୁନା ଚୋନ ଚୋରାଇ ମନୋଜ ରାତି ଅଧରେ ଘରୁ ଖସି ଯାଇଥିଲେ। ପରଦିନ ନିତ୍ୟ ତାଙ୍କ ସ୍ୱାମୀ ମୁରୁଗାନଙ୍କୁ କହିଲେ କି, ବଡ଼ି ସକାଳେ ସେ ପରିଶ୍ରା କରିବାକୁ ପଦାକୁ ବାହାରିଥିବା ବେଳେ ଜଣେ ଲୋକ ତାଙ୍କ ସୁନା ଚେନ୍‌ ଝାମ୍ପି ନେଇ ପଳାଇଗଲା।

ପୁଲିସ କଲ୍‌ ରେକର୍ଡ ସାହାଯ୍ୟରେ ମନୋଜର ଅବସ୍ଥିତି ଜାଣିଲା। ତାଙ୍କୁ ଘରୁ ଉଠାଇ ଆଣି ପଚରା ଉଚୁରା କରିବା ପରେ ପୁଲିସ ଜାଣିଲା ଯେ ସେ ସାମାଜିକ ଗଣମାଧ୍ୟମରେ ଚାଟ୍‌ କରୁଥିବା ଯୁବତୀମାନଙ୍କୁ ଭେଟି ତାଙ୍କ ଠାରୁ ମୂଲ୍ୟବାନ ଜିନିଷପତ୍ର ଚୋରାଇ ଆଣନ୍ତି। ତା’ପେର ସେ ପୀଡ଼ିତାଙ୍କୁ ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବା ସହ ତାଙ୍କୁ ବ୍ଲକ୍‌ କରି ଦିଅନ୍ତି। ମନୋଜଙ୍କ ବିରୋଧରେ ମାମଲା ରୁଜୁକରି ରେଡ୍‌ ହିଲ୍‌ସ୍‌ ପୁଲିସ ତାଙ୍କୁ ଗିରଫ କରିଛି। ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ପୁଝଲ୍‌ ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର