ଢ଼ାକା: ବାଙ୍ଗ୍ଲାଦେଶର ଏକ ଟେଲିଭିଜନ ଚ୍ୟାନେଲ୍ରେ କାର୍ଯ୍ୟ କରୁଥିବା ସାମ୍ବାଦିକାଙ୍କୁ ତାଙ୍କ ବାସଭବନରେ କେହି ଅଜଣା ବ୍ୟକ୍ତି ପଶି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କର ହତ୍ୟା କରିଥିବା ବୁଧବାର ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିିଛି।
ମହିଳା ସାମ୍ବାଦିକ ଜଣକ ହେଉଛନ୍ତି ସୁବର୍ଣ୍ଣା ନୋଦି(୩୨)। ସେ ଏକ ବେସରକାରୀ ଟିଭି ଚ୍ୟାନେଲ ‘ଆନନ୍ଦ ଟିଭି’ରେ ପ୍ରତିନିଧୀ ଭାବେ କାର୍ଯ୍ୟ କରୁଥିଲେ। ଏଥିସହିତ ସେ ‘ଡେଲି ଜାଗ୍ରୁତ ବାଙ୍ଗ୍ଲାଦେଶ’ ଖବରକାଗଜରେ ମଧ୍ୟ ସାମ୍ବାଦିକତା କରୁଥିଲେ ଓ ବିଡିନ୍ୟୁଜ୍୨୪.କମ୍ ନାମକ ପୋର୍ଟାଲରେ ମଧ୍ୟ କାମ କରୁଥିଲେ।
ସୁବର୍ଣ୍ଣା ଢାକାରୁ ୧୫୦ କିଲୋମିଟର ଦୂର ପାବନା ଜିଲ୍ଲାର ରାଧାନଗର ଅଞ୍ଚଳରେ ବସବାସ କରୁଥିଲେ। ସେ ନିଜ ସ୍ୱାମୀଙ୍କଠାରୁ ଦୂରରେ ରହି ଛାଡ଼ପତ୍ର ଆବେଦନ କରିଥିଲେ। ତାଙ୍କର ଏକ ୯ ବର୍ଷୀୟା ଝିଅ ମଧ୍ୟ ଅଛି।
/sambad/media/post_attachments/wp-content/uploads/2018/08/subarna-nodi-300x167.jpg)
ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ୪୫ ସମୟରେ ଆକ୍ରମଣକାରୀ ଏକ ବାଇକ୍ରେ ଆସି ମହିଳାଙ୍କ କଲିଂ ବେଲ୍ ମାରିଥିଲା। ମହିଳା ଜଣକ କବାଟ ଫିଟାଇବା ପରେ ସେ ତତ୍କ୍ଷଣାତ ଆକ୍ରମଣ କରି ଜାଗା ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲା। ମହିଳାଙ୍କୁ ମାରିବା ପାଇଁ ଆକ୍ରମଣକାରୀ ଏକ ଧାରୁଆ ଛୁରୀ ବ୍ୟବହାର କରିଥିବା ଜାଣିବାକୁ ମିଳିଛି।
ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରାଧୀକୁ ଧରିବା ପାଇଁ ପୁଲିସ୍ ଅନେକଗୁଡ଼ିଏ ଟିମ୍ ଗଠନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/1760897797.jpg)