ନୂଆଦିଲ୍ଲୀ : ପାକିସ୍ଥାନରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ସ୍ତ୍ରୀ ଫୋନ୍ରେ ମେସେଜ୍ ପଠାଉ ଥିବା ବେଳେ ସ୍ୱାମୀ ତାକୁ ଗୁଳି କରି ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମାମଲାଟି ରାଓ୍ଵଲପିଣ୍ଡିରେ ଘଟିଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଖୋଜିବା ଆରମ୍ଭ କରିଛି ପୁଲିସ । ପ୍ରଥମେ ଏ ନେଇ ମୃତ ମହିଳାଙ୍କ ପରିବାର ପୁଲିସ ଆଗରେ ଅଭିଯୋଗ କରିଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/07/pakistan-3-620x400-300x194.jpg)
ମୃତ ମହିଳାଙ୍କ ବାପା ମହମୁଦ୍ ଅଖ୍ତର କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ କଓ୍ଵଲ ମହମୁଦ୍ଙ୍କୁ ତାଙ୍କ ସ୍ୱାମୀ ମାଲିକ ସୋହେଲ ଗୁଳି କରି ହତ୍ୟା କରିଛନ୍ତି । କଓ୍ଵଲ ନିଜ ଫୋନ ମାଧ୍ୟମରେ କାହାକୁ ମେସେଜ ପଠାଉଥିଲେ । କାହାକୁ ମେସେଜ ପଠାଉଛନ୍ତି ବୋଲି ନ ପଚାରି ମାଲିକ ସୋହେଲ ରାଗରେ ମୋ ଝିଅକୁ ଗୁଳି କରିଥିଲେ । ଅନ୍ୟ ପକ୍ଷରେ ମାଲିକ ସୋହେଲ ମହମୁଦ୍ ଅଖ୍ତରଙ୍କ ଭଣଜା ହୋଇଥିବା ବେଳେ କଓ୍ଵଲଙ୍କର ସହ ତାଙ୍କର ପ୍ରସ୍ତାବିତ ବିବାହ ହୋଇଥିଲା ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ କଓ୍ଵଲ ବିବାହ ପରେ ବିଭିନ୍ନ ଲୋକଙ୍କ ସହ ଫୋନରେ କଥା ହେଉଥିଲେ ଓ ତାଙ୍କର ଅନ୍ୟ ପୁରୁଷଙ୍କ ସହ ସଂପର୍କ ଥିଲା ବୋଲି ତାଙ୍କ ସ୍ୱାମୀ ସନ୍ଦେହ କରୁଥିଲେ।