ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର  ଜିଲ୍ଲା ନାରାସାରୋଓପେଟ ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତି ଟିକ୍‌ଟକ୍‌ ଭିଡିଓ ପାଇଁ ନିଜ ପତ୍ନୀଙ୍କ ଗଳା ଚିପି ହତ୍ୟା କରିଛନ୍ତି। ଏହି ହତ୍ୟା ଘଟଣାରେ ପୁଲିସ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି, ଯାହାଙ୍କ ନାମ ସିଦ୍ଦାଲ ଚିନା ନସରାହି । ସେ ହିନ୍ଦୁସ୍ତାନ ୟୁନିଲିଭରରେ ସେଲ୍‌ସ ଓ ମାର୍କେଟିଂ ବିଭାଗରେ କାମ କରୁଥିବା ଜଣାପଡ଼ିଛି।

Advertisment

publive-image Rediff Realtime News

ସୁଚନାଯୋଗ୍ୟ, ସୁଭରଥା ଟିକଟକରେ ବିଭିନ୍ନ ଅନ୍ଦାଜର ପୋଷ୍ଟ କରୁଥିବା ଭିଡିଓକୁ ଶହଶହ ଲୋକ ଲାଇକ୍ କରିବା ସହ ସେୟାର କରୁଥିଲେ। ମାତ୍ର ଏହା ସିଦ୍ଦାଲଙ୍କୁ ପସନ୍ଦ ନଥିଲା। ସିଦ୍ଦାଲ ପତ୍ନୀଙ୍କୁ ଏପରି କରିବାକୁ ବାରମ୍ବାର ବାରଣ କରି ଆସୁଥିଲେ। କିନ୍ତୁ ସୁଭରଥା ସ୍ୱାମୀଙ୍କ କଥାକୁ ଖାତିର ନ କରି ସେମିତି ଭିଡିଓ ଟିକ୍‌ଟକ୍‌ରେ ପୋଷ୍ଟ କରିବାକୁ ଲାଗିଥିଲେ।

publive-image

ବାରମ୍ବାର ମନା କରିବା ସତ୍ତ୍ୱେ ସୁଭରଥା କାହିଁକି କଥା ମାନିଲା ନାହିଁ ବୋଲି ରାଗି ଯାଇ ସିଦ୍ଦାଲ ସୁଭରଥାଙ୍କୁ ହତ୍ୟା କରିଥିଲେ। ସିଦ୍ଦାଲ ଓ ତାଙ୍କ ବଡ଼ ଭାଇ ନଭେମ୍ବର ୧୭ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ସିଦ୍ଦାଲ ପତ୍ନୀ ସୁଭରଥାଙ୍କୁ ଏକ ତଉଲିଆ ଦ୍ୱାରା ଅଣନିଃଶ୍ୱାସ କରି ହତ୍ୟା କରିଥିବା ବେଳେ ଏଥିରେ ତାଙ୍କ ଭାଇ ଭେଙ୍କୟା ସହଯୋଗ କରିଥିଲେ ବୋଲି ପୁଲିସ ନିକଟରେ ଦୁହେଁ  ସ୍ବୀକାର କରିଥିଲେ।