ଗୁଣ୍ଟୁର: ନିଜ ଭଉଣୀର ସ୍ୱାମୀ ସହ ଅନୈତିକ ସମ୍ପର୍କ ଚାଲୁ ରଖିବା ପାଇଁ ସ୍ୱାମୀଙ୍କୁ ହତ୍ୟା କରିଥିବା ଗୁଣ୍ଟୁର ଜିଲ୍ଲାର ନରସରାଓପେତା ଠାରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି।
ଘଟଣା ପରେ ତିଳେମାତ୍ର ଶୋକ ପ୍ରକାଶ ନ କରି ଅଭୁଯୁକ୍ତ ମହିଳାଜଣକ ସାମ୍ବାଦିକ ସମ୍ମିଳନୀରେ ହସୁଥିବା ଦେଖି ପୁଲିସ ଓ ସର୍ବସାଧାରଣ ଆଚମ୍ବିତ କରି ଦେଇଛି।
ପୁଲିସ କହିବାନୁସାରେ, ଫିରଙ୍ଗିପୁରମ୍ ମଣ୍ଡଳ ଅନ୍ତର୍ଗତ ପୋନୁଗୁପଡୁବାସୀ ୨୭ ବର୍ଷିୟ ଏନ୍ ନରେନ୍ଦ୍ର ଏକ ଚିନି କଳରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ୨୦୧୩ରେ ସେ ନିଜ ମାମୁଝିଅ ଶ୍ରୀବିଦ୍ୟାଙ୍କୁ ବାହା ହୋଇଥିଲା। ପ୍ରକାଶମ୍ ଜିଲ୍ଲା ଅନ୍ତର୍ଗତ ଅବୁଲାମନ୍ଦ ଗାଁ’ର ବାସିନ୍ଦା ଭିଣୋଇ ବୀରେୟା ଚୌଧୁରୀ ଓରଫ୍ ବାସୁଙ୍କ ସହ ଶ୍ରୀବିଦ୍ୟାଙ୍କର ଅନୈତିକ ସମ୍ପର୍କ ଥିଲା।
ବିବାହ ପରେ ବୀରେୟାଙ୍କ ସହ ମିଳାମିଶା କରିବାକୁ ଶ୍ରୀବିଦ୍ୟାଙ୍କୁ ମନା କରାଯାଇଥିଲା। ତେଣୁ ପ୍ରେମିକ ସହ ସମ୍ପର୍କ ଚାଲୁ ରଖିବାକୁ ଶ୍ରୀବିଦ୍ୟା ନିଜ ସ୍ୱାମୀ ନରେନ୍ଦ୍ରଙ୍କୁ ହତ୍ୟା କରି ସ୍ଥିର କରିଥିଲେ।
ନରସରାଓପେତା ଡିଏସ୍ପି କେ. ନାଗେଶ୍ୱର ରାଓ କହିଛନ୍ତି ଯେ ଶ୍ରୀବିଦ୍ୟା ଏବଂ ବୀରେୟା ବାଲାପର୍ଲା ଗାଁ’ର ଜି. ବାଲାରାଜୁ ଏବଂ ପି. ଚୌଦାୟାଙ୍କ ସହାୟତାରେ ନରେନ୍ଦ୍ରଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ସେମାନେ ନରେନ୍ଦ୍ରଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇ ସାଇନାଇଡ୍ ମିଶ୍ରିତ ମଦ ପିଇବାକୁ ଦେଇଥିଲେ। ପରେ ତାଙ୍କ ଶବକୁ କେନାଲ୍ କୂଳରେ ଫିଙ୍ଗି ଦେଇ ଚାଲି ଆସିଥିଲେ।