ଆନ୍ଧ୍ରାପ୍ରଦେଶ: ହାଇଦ୍ରାବାଦରେ ଜଣେ ମହିଳା ପ୍ରେମରେ ଅନ୍ଧ ହୋଇ ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ସହିତ ପ୍ରେମିକ ମୁହଁରେ ଏସିଡ୍ ମାଡ କରିିଥିଲେ। ଏହି ହତ୍ୟା ଯୋଜନା ସେ ତେଲୁଗୁ ସିନେମା ‘ୟେବାଡୁ’ ଦେଖି କରିଥିଲେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେଲେଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାରେ ବସବାସ କରୁଥିବା ମହିଳା ସ୍ୱାତୀ ରେଡ୍ଡି ନିଜ ପ୍ରେମିକ ସହିତ ମିଶି ସ୍ୱାମୀ ସୁଧାକର ରେଡ୍ଡିଙ୍କୁ ହତ୍ୟା କରିଥିଲେ। ଏହାପରେ ଦୁହେଁ ମିଶି ମୃତସ୍ୱାମୀ ସୁଧାକରଙ୍କ ମୃତଦେହକୁ ଜଙ୍ଗଲରେ ନେଇ ଜଳାଇ ଦେଇଥିଲେ। ଏତିକିରେ ଏହା ଶେଷ ହୋଇ ନଥିଲା । ସ୍ୱାତୀ ନିଜ ପ୍ରେମିକ ରାଜେଶଙ୍କ ମୁହଁରେବି ଏସିଡ୍ ଢ଼ାଳି ଦେଇଥିଲେ। ସ୍ୱାତୀଙ୍କ ଏସିଡ ମାଡରେ ରାଜେଶଙ୍କ ଚେହେରା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା। ପ୍ରେମିକ ମୁହଁରେ ଏସିଡ ଢ଼ାଳିବା ପରେ ସ୍ୱାତୀ ସ୍ୱାମୀଙ୍କ ପରିବାରଙ୍କୁ ସୁଧାକରଙ୍କ ସହିତ ଦୁର୍ଘଟଣା ଘଟିଛି ବୋଲି ଖବର ଦେଇଥିଲେ। ସ୍ୱାତୀ ଏହି ସବୁ ଯୋଜନା ତେଲୁଗୁ ସିନେମା ‘ୟେବାଡୁ’ ଦେଖି ଘଟାଇ ଥିଲେ।
ସ୍ୱାତୀଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ସୁଧାରକରଙ୍କ ପରିବାରବର୍ଗ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ରମେଶକୁ ତାଙ୍କ ପୁଅ ସୁଧାକର ବୋଲି ସ୍ୱାତୀ ଜଣାଇଥିଲେ। ଏହାପରେ ପରିବାରବର୍ଗ ରମେଶକୁ ସୁଧାରକର ଭାବି ପ୍ଲାଷ୍ଟିକ୍ ସର୍ଜରି କରିବା ପାଇଁ ନେଇ ଯାଇଥିଲେ। ପ୍ଲାଷ୍ଟିକ୍ ସର୍ଜରି ପରେ ରାଜେଶଙ୍କ ଚେହେରା ସୁଧାକରଙ୍କ ଭଳି ହୋଇ ଯାଇଥିଲା। କିନ୍ତୁ ପରିବାର ଲୋକ ରାଜେଶର ବ୍ୟବହାରକୁ ନେଇ ସନ୍ଦେହ କରିଥିଲେ। କି ଏଭଳି ସ୍ୱଭାବ ତାଙ୍କ ପୁଅର କେବେ ବି ହୋଇ ପାରିବ ନାହିଁ। ଏହାପରେ ସୁଧାକରଙ୍କ ପରିବାର ଲୋକ ପୁଲିସକୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ।
ପୁଲିସ ସୁଧାକରଙ୍କ ଆଧାରକାର୍ଡରୁ ପ୍ଲାଷ୍ଟିକ୍ ସର୍ଜରି କରାଇ ନକଲି ସୁଧାକର ବନିଥିବା ରାଜେଶଙ୍କ ଆଙ୍ଗୁଠି ଚିହ୍ନ ମିଳାଇ ଥିଲେ। କିନ୍ତୁ ରାଜେଶଙ୍କ ଆଙ୍ଗୁଳି ଚିହ୍ନ ସୁଧାକରଙ୍କ ଆଧାରକାର୍ଡରେ ମିଶି ନଥିଲା। ଏହାପରେ ସ୍ୱାତୀ ଓ ରାଜେଶଙ୍କ ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା।
ପୁଲିସ ଯାଞ୍ଚରୁ ଜଣାପଡ଼ିଲା ସ୍ୱାତୀ ଓ ରାଜେଶ ମିଶି ୨୬ ନଭେମ୍ବରକୁ ସୁଧାକରଙ୍କୁ ହତ୍ୟା କରିଥିଲେ। ଏ ସମ୍ପର୍କରେ ସୁଧାକରଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ସୁଧାକରଙ୍କୁ ସ୍ୱାତୀ ହତ୍ୟା କରିବା ପରେ ଜଳାଇ ଦେଇଥିବା ଜାଣି ପରିବାର ଲୋକ ହତବାକ୍ ହୋଇ ପଡ଼ିଥିଲେ।