ଦୁଇଜଣ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ମା’ ମନା କରିବାରୁ ତଣ୍ଟି ଚିପି ହତ୍ୟା କଲା ଝିଅ, ମୃତଦେହକୁ ତିନିଦିନ ଜଗି ରହିଲା

ହାଇଦ୍ରାବାଦ୍‌: ଦୁଇ ଜଣ ପୁରୁଷଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ଝିଅ ସମ୍ପର୍କ ରଖିଥିବା କଥା ମା’ ଜାଣିବା ପରେ ଏପରି କରିବାକୁ ଝିଅକୁ ମନା କରିଥିଲେ। ତେବେ ମା’ ଏପରି କରିବାକୁ କାହିଁକି ବାରଣ କଲା ସେଥିରେ ରାଗି ଯାଇ ଝିଅ ତଣ୍ଟି ଚିପି ମା’ର ହତ୍ୟା କରିଥିଲା। ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମଙ୍ଗଳବାର ଅଭିଯୁକ୍ତ ଝିଅକୁ ଗିରଫ କରିବା ପରେ ଘଟଣା ସାମ୍ନାକୁ ଆସିଛି।

ଏମିତି ଏକ ଘଟଣା ଗତ ଅକ୍ଟୋବର ୧୮ ତାରିଖରେ ହାୟଥନଗର ବ୍ଲକ ଅନ୍ତର୍ଗତ ମୁନାଗାନୁର ଗାଁରେ ଘଟିଥିଲା। ୧୯ ବର୍ଷୀୟ କୀର୍ତ୍ତି ରେଡ୍ଡି ଦୁଇ ଜଣ ଯୁବକଙ୍କୁ ଏକା ସହ ନିଜ ପ୍ରେମ ଜାଲରେ ଫସାଇ ସମ୍ପର୍କ ରଖିଥିଲା। ମା’ ରଞ୍ଜିତା ଝିଅର ଏଭଳି କାରନାମା ଜାଣିବା ପରେ ଏହାକୁ ବିରୋଧ କରିଥିଲେ।

କୀର୍ତ୍ତି କିନ୍ତୁ ଏଥିରେ ବିରକ୍ତ ହୋଇ ନିଜ ପ୍ରେମିକ ସହ ମିଶି ମା’ଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ପୁଲିସ ନିକଟରେ ସ୍ୱୀକାର କରିଛି। କେବଳ ଏତିକି ନୁହେଁ, ମା’କୁ ହତ୍ୟା କରିବା ପରେ ୩ ଦିନ ପର୍ଯ୍ୟନ୍ତ ଝିଅ ଓ ତାର ପ୍ରେମିକ ମୃତଦେହ ସହ ରହିଥିଲେ। ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ଭୟରେ ଦୁହେଁ ମା’ର ଶବକୁ ରେଳ ଧାରଣାରେ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର