ଭୁବନେଶ୍ୱର : ନିଜକୁ ବ୍ୟାଙ୍କର ଜଣେ କର୍ମଚାରୀ କହି ଲୋନ କରିଦେବା ପାଇଁ ତିନି ଜଣ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ମହିଳା। ଏନେଇ ତିନି ଯୁବକ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ସେମାନଙ୍କ ଏତଲା ଗ୍ରହଣ କରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଶ୍ୱଜିତ ସାହୁ, କେଶବ ରାଉତ ଓ ବିଶ୍ୱଜିତ ପ୍ରଧାନ ନାମକ ତିନି ଯୁବକ ବାପୁଜୀ ନଗରଠାରେ ଥିବା ଏକ ମୋବାଇଲ ଦୋକାନରେ କାମ କରନ୍ତି। ତାଙ୍କ ଦୋକାନକୁ ଜଣେ ମହିଳା ଜିନିଷ କିଣିବାକୁ ଆସି କିଛି ଦାମୀ ମୋବାଇଲ ସାମଗ୍ରୀ କିଣିଥିଲେ ଓ ନିଜକୁ ଜଣେ ବ୍ୟାଙ୍କ କର୍ମଚାରୀ କହି ସେମାନଙ୍କ ବିଶ୍ୱାସ ଜିଣିଥିଲେ। ମନ୍ଦ ଉଦ୍ଦେଶ୍ୟ ରଖି ଥିବା ମହିଳାଜଣକ ଏକ ବ୍ୟାଙ୍କର ଜଣେ ଫିଲ୍ଡ ଅଫିସର ଓ ସରକାରଙ୍କ ତରଫରୁ ଲୋକମାନଙ୍କୁ ଲୋନ କରେଇ ଦିଅନ୍ତି ବୋଲି କହିଥିଲେ। ମହିଳା ଜଣକ ତିନି ଯୁବକଙ୍କ ସଂପୂର୍ଣ୍ଣ ବିଶ୍ୱାସ ଜିତି ନେଇଥିଲେ। ତିନି ଯୁବକ ନିଜ ଭବିଷ୍ୟତ ସୁଧାରିବାକୁ ଯାଇ ସମସ୍ତ ପରିଚୟପତ୍ର ସହ ନଗଦ ୫୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ଟଙ୍କା ପାଇବା ପରେ ମହିଳା ଜଣକ ଆଉ ଧରଛୁଆଁ ଦେଇ ନଥିଲେ। କୌଣସି ସୂତ୍ରରୁ ଯୁବକମାନେ ଜାଣିବାକୁ ପାଇଥିଲେ ଯେ ସେ ମହିଳା ତାଙ୍କୁ ଠକି ଦେଇଛନ୍ତି। ଆଜି ସନ୍ଧ୍ୟାରେ ମହିଳାଜଣକ ବିଗ୍ ବଜାର ଅଞ୍ଚଳରେ ଥିବା ଖବର ପାଇ ତିନି ଯୁବକ ସେଠାରେ ତାଙ୍କୁ କ୍ୟାପିଟାଲ ଥାନାକୁ ନେଇଥିଲେ। ଥାନାରେ ମହିଳାଜଣକ ଟଙ୍କା ନେଇଥିବା କଥା ବି ମାନିଥିଲେ କିନ୍ତୁ ପୁଲିସ ମହିଳାଙ୍କ ବିରୋଧରେ କିଛି ପଦକ୍ଷପ ନେଉନାହିଁ। ଏନେଇ ପୁଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ
/sambad/media/post_attachments/wp-content/uploads/2018/02/loot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)