ମୁମ୍ବାଇ: ଆଜିକାଲି ସୋସିଆଲ୍‌ ମିଡିଆ ଜରିଆରେ ଠକାମିର ଶିକାର ହେବା କିଛି ବଡ଼ କଥା ନୁହେଁ। ଏପରି ଅନେକ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ନିକଟରେ ୨ ଜଣ ମହିଳା ଏପରି ଠକାମିର ଶିକାର ହୋଇଛନ୍ତି।

Advertisment

ଜଣେ ମହିଳା ରାଜସ୍ଥାନର ହୋଇଥିବା ବେଳେ ଅନ୍ୟ ଜଣେ ହରିଆଣାର। ତେବେ ୬ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ରାଜସ୍ଥାନର ଜୟପୁରର। ସୂଚନା ରହିଛି ଯେ ଜୟପୁରର ଏହି ମହିଳା ଜଣକ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଏଥିରେ ସଂପୃକ୍ତ ଥିବା ନାଗାଲାଣ୍ଡ ଓ ନାଇଜେରିଆର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ୨୯ ବର୍ଷୀୟ ଯୁବକ ଜଣକ ନିଜକୁ ବ୍ରିଟେନ୍‌ରେ ଡାକ୍ତର ଥିବା ପରିଚୟ ଦେଇ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ତାହା ସହିତ ଭାରତରେ ଏକ ବଡ଼ ହସ୍ପିଟାଲ୍‌ ଖୋଲ‌ିବେ ବୋଲି ମଧ୍ୟ କହିଥିଲେ। ପରେ ବୁଦ୍ଧି ଖଟାଇ ଠକ ଜଣକ ମହିଳାଙ୍କୁ କହି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୬,୪୯,୯୦୦ ଟଙ୍କା ଜମା କରାଇଥିଲେ। ଟଙ୍କା ଦେଇ ସାରିବା ପରେ ଯାଇ ମହିଳା ଉକ୍ତ ବ୍ୟକ୍ତି ଜଣେ ଠକ ବୋଲି ଜାଣିବାକୁ ପାଇଥିଲେ। ସାଇବର୍‌ ପୁଲିସ୍‌ ଏବେ ଏହି ମାମଲାର ତଦନ୍ତ ଜାରି ରଖିଛି।

ସେହିପରି ଗୁରୁଗ୍ରାମ ଘଟଣା ସଂପର୍କରେ ଆଲୋଚନା କରିବା ତ ଜଣେ ମହିଳା ୯ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି। ଅଭିଯୁକ୍ତ ନିଜକୁ ବିଦେଶୀ ବୋଲି କହି ସୋସିଆଲ୍‌ ମିଡିଆରେ ମହିଳାଙ୍କ ସହ ବନ୍ଧୁତ୍ବ କରି ଠକିଥିବା ସୂଚନା ରହିଛି।