ପ୍ରେମ ସଂପର୍କକୁ ଲୁଚାଇ ରଖିବା ପାଇଁ ପ୍ରେମିକ ସହ ମିଶି ଜନ୍ମକଲା ଝିଅର ହତ୍ୟା କଲା ମାଆ

କର୍ଣ୍ଣାଲ: ହରିଆଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଓ ତାଙ୍କ ପ୍ରେମିକ ମିଶି ମହିଳାଙ୍କ ୧୧ ବର୍ଷୀୟା ନାବାଳିକା ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମାନେ ଝିଅଟିର ହତ୍ୟା କରିବା ପରେ କଟା ଶରୀରକୁୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ କେନାଲ୍‌ରେ ଫିଙ୍ଗି ଦେଇଥିବା ଜାଣିବାକୁ ମିଳିଛି। କର୍ଣ୍ଣାଲ ଯମୁନା କେନାଲରୁ ଝିଅଟିର ମୃତ ଦେହ ଜବତ ହେବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତା ମାଆ ଲକ୍ଷ୍ମୀ ଦେବୀ ଓ ତାଙ୍କ ପ୍ରେମିକ ଅମିତ କୁମାରଙ୍କ ଘର କର୍ଣ୍ଣାଲର ସଦାର ବଜାରଠାରେ। ପୁଲିସ୍‌ କହିବା ମୁତାବକ, ଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ଯାଇଥିଲେ ବି ତାଙ୍କ ଝିଅ ସୋନମ ତାଙ୍କ ସହ ରହୁଥିଲା।

ମହିଳା ଜଣକ ଗତ କିଛି ମାସ ହେବ ଅମିତଙ୍କ ସହ ସଂପର୍କରେ ରହିଥିଲେ। ମାତ୍ର ଭୟ କରୁଥିଲେ ଯେ କାଳେ ତାଙ୍କ ଝିଅ ତାଙ୍କର ଅନୈତିକ ସଂପର୍କ ବିଷୟରେ ତାଙ୍କ ବାପା କିମ୍ବା ଜେଜେବାପା, ଜେଜେମାଆଙ୍କ ସମ୍ମୁଖରେ କହିଦେବ ବୋଲି। ଏହି କାରଣରୁ ନେ ନିଜ ଜନ୍ମ କଲା ଝିଅର ହତ୍ୟା କରିବାକୁ ପଛାଇ ନଥିଲେ।

ସମ୍ବନ୍ଧିତ ଖବର