ପ୍ରେମିକ ସହ ମିଶି କନ୍ୟା ଭାବି ସ୍ୱାମୀ ଉପରକୁ ପେଟ୍ରୋଲ ଢ଼ାଲି ନିଆଁ ଲଗାଇଲା

ତେଲେଙ୍ଗାନା: ତେଲେଙ୍ଗାନାର ଜାଗୋନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ୨୦ବର୍ଷର ଯୁବତୀ ନିଜ ପ୍ରେମିକ ସହିତ ମିଶି ଭାବି ସ୍ୱାମୀ ଉପରେ ପ୍ରେଟୋଲ ଢ଼ାଳି ନିଆଁ ଲଗାଇ ଦେଇଛି। ତେଲେଙ୍ଗାନାର ଏକ ଘରୋଇ ହସ୍‌ପିଟାଲରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଅରୁଣା ପ୍ରେମିକ ବାଲାସ୍ୱାମୀ ସହିତ ମିଶି ୨୨ବର୍ଷୀୟ ବି ୟକେୟା (ଭାବି ସ୍ୱାମୀ) ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା। ରଘୁନାଥପାଲି ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏକ ମାସ ପୂର୍ବେ ଅରୁଣାଙ୍କ ବିବାହ ବି ୟେକେୟାଙ୍କ ସହିତ ପରିବାରବର୍ଗ ସ୍ଥିର କରିଥିଲେ। ବାଲାସ୍ୱାମୀଙ୍କ ସହିତ ଅରୁଣାଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ପୂର୍ବରୁ ପରିବାର ଲୋକ ଜାଣିଥିଲେ, ହେଲେ ସେମାନେ ଏହି ସମ୍ପର୍କକୁ ନେଇ ସନ୍ତୁଷ୍ଟ ନଥିବାରୁ ଝିଅର ବିବାହ ଅନ୍ୟତ୍ର ସ୍ଥିର କରି ଦେଇଥିଲେ। ଅରୁଣା ଏହି ବିବାହ ପାଇଁ ବାଧ୍ୟବାଧକତାରେ ରାଜି ହୋଇ ଯାଇଥିଲେ ସିନା କିନ୍ତୁ ବାଲାସ୍ୱାମୀ ସହିତ ସମ୍ପର୍କ ରଖିଥିଲେ।

ଅରୁଣା ପୂର୍ବରୁ ପ୍ରେମିକ ବାଲାସ୍ୱାମୀ ସହିତ ମିଶି ଭାବି ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଏହା ପରେ ୟକେୟାଙ୍କୁ ଭେଟ କରିବା ପାଇଁ ଅରୁଣା ତାଙ୍କୁ ଡକାଇଥିଲା। ଯେତେବେଳେ ଅରୁଣା ଡାକି ଥିବା ସ୍ଥାନରେ ୟକେୟା ପହଞ୍ଚି ଥିଲେ ସେ କିଛି ବୁଝି ବା ପୂର୍ବରୁ ତାଙ୍କ ଉପରକୁ ପେଟ୍ରୋଲ ଢ଼ାଲି ନିଆଁ ଲଗାଇ ଦେଇଥିଲେ ଅରୁଣା ଓ ତାଙ୍କ ପ୍ରେମିକ। ଏହା ପରେ ୟକେୟା ଆତ୍ମହତ୍ୟା କରିଛନ୍ତି ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ଭୁଲ ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର