ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଉରିଆ ଜିଲ୍ଲାରେ କାର ବନେଟ  ଉପରେ ବସି ରିଲ୍ସ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମହିଳାଙ୍କ ବିରୋଧରେ ୨୨,୦୦୦ରୁ ଅଧିକ ଟଙ୍କାର ଜରିମାନା ଲାଗୁ କରାଯାଇଛି। 

Advertisment

ଜରିମାନା ଲାଗୁ ହୋଇଥିବା ମହିଳା ଜଣକ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଏବଂ ଯମୁନା ପଣ୍ଟୁନ୍ ସେତୁରେ କାର (ୟୁପି୭୯ଜେଡ଼ ୮୯୭୪)ର ବନେଟ୍ ଉପରେ ବସି ଏବଂ ଠିଆ ହୋଇ ଦୁଇଟି ରିଲ୍ ତିଆରି କରିଥିଲେ ।

ଏହି ରିଲ୍ସକୁ ସେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରିଥିଲେ। ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ପରିବହନ ବିଭାଗ ରିଲ୍ସରେ ନଜର ଆସିଥିବ‌ା ମହିଳାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୨,୫୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି। ଯେଉଁ କାର ବ‌ନେଟ ଉପରେ ବସି ମହିଳା ରିଲ୍ସ କରୁଥିଲେ ତାହା ଉପେନ୍ଦ୍ର ସିଂହ ଚୌହାନଙ୍କ ନାମରେ ପଞ୍ଜିକୃତ ହୋଇଛି।

ଭାଇରାଲ ଭିଡିଓ ଅନୁସନ୍ଧାନ କରିବା ପରେ ଆଉରିଆ ଜିଲ୍ଲା ପରିବହନ ଅଧିକାରୀ ସୁଦେଶ ତିୱାରୀ (ଆରଟିଓ) ଶିବାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 

ଏହି ଘଟଣାକୁ ନେଇ ଜିଲ୍ଲା ପରିବହନ ଅଧିକାରୀ କହିଛନ୍ତି, ‘ମହିଳା ଜଣକ ଏକ୍ସପ୍ରେସୱେରେ କାର ଅଟକାଇ କେବଳ ଟ୍ରାଫିକରେ ବାଧା ସୃଷ୍ଟି କରି ନଥିଲେ ବରଂ ନିଜର ଏବଂ ତାଙ୍କ କାର ଭିତରେ ବସିଥିବା ଅନ୍ୟ ଯାତ୍ରୀମାନଙ୍କ ଜୀବନକୁ ବି ବିପଦରେ ପକାଇଥିଲେ।  

ଭିଡିଓ ଭାଇରାଲ ହେବା ପରେ ନିଆଯାଇଥିବା ପ୍ରଥମ କାର୍ଯ୍ୟାନୁଷ୍ଠାନରେ ଏପ୍ରିଲ ୧୯ ତାରିଖରେ ୫,୦୦୦ ଟଙ୍କା ଜରିମାନା କରାଯାଇଥିଲା। ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନରେ, ୧୭,୫୦୦ ଟଙ୍କା ଅତିରିକ୍ତ ଜରିମାନା କରାଯାଇଥିଲା। 
ୟଟ୍ରାଫିକ୍ ନିୟମ ଉଲ୍ଲଂଘନ, ସାର୍ବଜନୀନ ସ୍ଥାନରେ ବିପଦପୂର୍ଣ୍ଣ କାର୍ଯ୍ୟ କରିବା ଏବଂ ଯାନର ଅପବ୍ୟବହାର ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଲାଗୁ କରାଯାଇଥିବା ଆରଟିଓ ପକ୍ଷରୁ ପ୍ରକାଶ।