ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସରେ ଜଣେ ମହିଳା ନିଜ ପ୍ରେମିକ ସହିତ ବସ୍‌ର ପଛ ସିଟ୍‌ରେ ଶାରୀରିକ ସମ୍ବନ୍ଧ ରଖୁଥିବା ସମୟରେ ଧରାପଡ଼ିଥିଲେ। ଏହି ଅପରାଧରେ କୋର୍ଟ ତାଙ୍କ ବିରୋଧରେ ଆରେଷ୍ଟ ଓ୍ଵାରେଣ୍ଟି ଜାରି କରିଛନ୍ତି।

Advertisment

ଉକ୍ତ ମହିଳାଙ୍କ ନାମ ଓ୍ଵଣ୍ଡର ଫ୍ରେଞ୍ଚ ଓ ତାଙ୍କ ବୟସ ୩୧ ବର୍ଷ ବୋଲି ଜଣାପଡ଼ିଛି। ନଭେମ୍ବର ୨୬ରେ ନ୍ୟୁକେସଲ କୋର୍ଟରେ ମହିଳାଙ୍କ ବିରୋଧରେ ଦଣ୍ଡର ଶୁଣାଣି ଥିଲା। କିନ୍ତୁ ସେ କୋର୍ଟ ପହଞ୍ଚି ନଥିଲେ। ଏହାପରେ ଜଜ ତାଙ୍କ ବିରୋଧରେ ଆରେଷ୍ଟ ଓ୍ଵାରେଣ୍ଟି ଜାରି କରିଛନ୍ତି।

publive-image wikiHow

ଫ୍ରେଞ୍ଚ ୨୦୧୯ ମାର୍ଚ୍ଚ ମାସରେ ସକାଳ ପାଖାପାଖି ୧୦ଟା ସମୟରେ ୨୪ବର୍ଷର ଯୁବକ ରୟାନ୍‌ ଜୋନ୍ସଙ୍କ ସହିତ ବସ୍‌ର ପଛ ସିଟରେ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ବସ୍‌ ଚାଳକ ଦର୍ପଣରେ ଦେଖି ନେଇଥିଲେ। ଏହାପରେ ତାଙ୍କୁ ବସ୍‌ରୁ ଜୋରଜବରଦସ୍ତ ଓହ୍ଲାଇ ପୁଲିସରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହେବା ପରେ କୋର୍ଟରେ ଫ୍ରେଞ୍ଚ ନିଜର ଏହି ଦୋଷକୁ ସ୍ୱୀକାର ବି କରିଥିଲେ।

publive-image Daily Mail

ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ପର୍ଥର ଚର୍ଚ୍ଚିତ ଲାଙ୍ଗେଲେ ପାର୍କରେ ପ୍ରେମୀଯୁଗଳ ଶାରୀରିକ ସମ୍ପର୍କ ରଖୁଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ପାର୍କରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇ ଯାଇଥିଲା।