ବେଙ୍ଗାଲୁର: ଗତ ଥର ପରି ଏଥର ନୂଆ ବର୍ଷରେ ବି ବେଙ୍ଗାଲୁରରେ ଜଣେ ମହିଳାଙ୍କ ସହ ହୋଇଥିବା ଅସଦାଚାରଣ ଏବେ ଚର୍ଚ୍ଚା ପାଲଟିଛି। ବେଙ୍ଗାଲୁରରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ନୂଆ ବର୍ଷ ପାଳନ କରି ସାରିବା ପରେ ରାତିରେ ୩ ଜଣ ମଦ୍ୟପ ତାଙ୍କ ସହ ଅସଦାଚରଣ କରିଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।

Advertisment

ଏଏନ୍‌ଆଇ ପକ୍ଷରୁ ହୋଇଥିବା ଟୁଇଟ୍‌ ମୁତାବକ, ଏହି ଅପ୍ରୀତିକର ଘଟଣା ଡିସେମ୍ବର ୩୧ ତାରିଖ ରାତି ପ୍ରାୟ ୧ଟା ବେଳେ ରିଚେମଣ୍ଡ୍‌ ସର୍କଲ ଅଞ୍ଚଳରେ ଘଟିଛି। ରାତିରେ ଅସଦାଚାରୀମାନେ ଆସି ମହିଳାଙ୍କ ସହ ଦୁର୍ବ୍ୟବହାର ଦେଖାଇବାକୁ ମହିଳାଙ୍କ ସ୍ୱାମୀ ସାମ୍ନାକୁ ଆସିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ବି ମାଡ଼ ମରିଥିବା ସୂଚନା ରହିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି।

ଘଟଣାଟି ଘଟିବା ପରେ ମହିଳା ଜଣକ ତୁରନ୍ତ ପୁଲିସ୍‌ ହେଲ୍‌ପଲାଇନ୍‌ରେ ଅଭିଯୋଗ ଆଣିଥିଲେ। ଅଶୋକ ନଗର ଥାନାରେ ଅଭିଯୋଗ ଦାୟର ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଜିରୋ ନାଇଟ୍‌ସ ସେଲିବ୍ରେସନ ବେଳେ ବି ବେଙ୍ଗାଲୁରରେ ମହିଳାଙ୍କୁ ଅସଦାଚରଣ ହୋଇଥିବା ଘଟଣା ବେଶ୍‌ ଚର୍ଚ୍ଚା ପାଲଟିଥିଲା।