ହାଇଦ୍ରାବାଦ୍: ‘ମୋତେ ବିମାନ ବନ୍ଦରରେ ଛାଡ଼ିବାକୁ ଯିବା ବାଟରେ ମୁଁ ଯାଉଥିବା ଉବେରର ଚାଳକ ଗାଡ଼ି ଚଳାଇବା ସମୟରେ ଆପତ୍ତିଜନକ କାର୍ଯ୍ୟ କରିଥିଲେ।’
ଏପରି ଏକ ପୋଷ୍ଟ୍ ହାଇଦ୍ରାବାଦ୍ର ଜଣେ ମହିଳାଙ୍କ ଫେସ୍ବୁକ୍ ଆକାଉଣ୍ଟ୍ରେ ଗୁରୁବାର ଦେଖିବାକୁ ମିଳିଥିଲା। ମହିଳା ଜଣକ ଉଲ୍ଲେଖ କରିଛନ୍ତି ଯେ ସେତେବେଳେ ଚାଳକଙ୍କ ଆପତ୍ତିଜନକ କାର୍ଯ୍ୟ ତାଙ୍କୁ ଖୁବ୍ ବିବ୍ରତ କରୁଥିଲେ ବି ସେ ବାରମ୍ବାର ମହିଳାଙ୍କୁ ଚାହିଁ ଆହୁରି ବ୍ୟସ୍ତ କରି ପକାଉଥିଲେ। ମହିଳା ଜଣକ ଦିଲ୍ଲୀ ଯିବା ପାଇଁ ହାଇଦ୍ରାବାଦ୍ ବିମାନ ବନ୍ଦରକୁ ଉବେରରେ ଯାତ୍ରା କରୁଥିବା ସମୟରେ ଏପରି ଘଟିଥିଲା।
‘ମୋତେ ବିମାନ ବନ୍ଦରରେ ଛାଡ଼ିବାକୁ ଯିବା ବାଟରେ ମୁଁ ଯାଉଥିବା ଉବେରର ଚାଳକ ଗାଡ଼ି ଚଳାଇବା ସମୟରେ ଆପତ୍ତିଜନକ କାର୍ଯ୍ୟ କରିଥିଲେ। ହାଇଦ୍ରାବାଦ୍ ବିମାନ ବନ୍ଦରକୁ ଉବେରରେ ଯାତ୍ରା କରୁଥିବା ସମୟରେ ଏପରି ଘଟିଥିଲା।ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଚାକଳ ଜଣକ ଏପରି ଘୃଣ୍ୟ କାର୍ଯ୍ୟ କରୁଥିଲେ ତାଙ୍କୁ ଚାଳକ ଭାବେ ୪.୫ ରେଟିଂ ପ୍ରଦାନ କରାଯାଇଛି।’
ଏ ସଂପର୍କରେ ଉବେରର ମୁଖପାତ୍ର ଗଣମାଧ୍ୟମରେ ଜଣାଇଛନ୍ତି ଯେ ଉବେର୍ ଆପ୍ ଜରିଆରେ ଉକ୍ତ ଚାଳକଙ୍କୁ ଧରାଯାଇଛି। ଏପରି ଏକ ଘୃଣ୍ୟ କାଣ୍ଡ ରଚିବା ପରେ ତାଙ୍କୁ ଆଉ ଥରେ ଚାକିରିରେ ରଖିବାର କୌଣସି ପ୍ରକାର ସମ୍ଭାବନା ନାହିଁ।
/sambad/media/post_attachments/wp-content/uploads/2017/10/17uber1-1.jpg)
ମହିଳା ଜଣକ ସଂପୂର୍ଣ୍ଣ ଘଟଣାକୁ ତାଙ୍କ ଫେସ୍ବୁକ୍ ପୋଷ୍ଟ୍ ଜରିଆରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ହାଇଦ୍ରାବାଦ୍ରେ ଏକଦମ୍ ନୂଆ। ମୋତେ ସାମାନ୍ୟ ଭୟ ମଧ୍ୟ ଲାଗୁଥାଏ। ମାତ୍ର ଆବଶ୍ୟକ ଥିବାରୁ ବିମାନ ବନ୍ଦର ପର୍ଯ୍ୟନ୍ତ ଯିବାକୁ ଉବେର୍ ବୁକ୍ କଲେ ବି ପ୍ରଥମରୁ ଚାଳକଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। କିଛି ବାଟ ଯିବା ପରେ ମୋତେ ଟିକେ ଅଜବ ଅନୁଭବ ହେଲା। ମୁଁ ଦେଖେ ତ ଚାଳକ ଜଣକ ଗାଡ଼ି ଆଇନାରେ ମୋତେ ବାରମ୍ବାର ଦେଖିବାରେ ଲାଗିଛନ୍ତି। ଏପଟେ ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହି ମୋତେ ଇସାରା ମଧ୍ୟ କରୁଛନ୍ତି। ମୁଁ ଅନେକ ରାଗିଗଲି। ତାଙ୍କୁ ଗାଡ଼ି ରୋକିବାକୁ କହିଲି। ବହୁତ ଚିତ୍କାର କରିବା ପରେ ସେ ଗାଡ଼ି ରଖି ରାସ୍ତା କଡ଼ରେ ତାଙ୍କ ଘୃଣ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଲେ। ମୁଁ ସେ ସମୟରେ ତାଙ୍କର ଏକ ଫଟୋ କ୍ଲିକ୍ କରି ପୁଲିସ୍ରେ ଦେବି ବୋଲି ଧମକ ଦେବାରୁ ସେ ଶାନ୍ତ ହୋଇ ଯାଇଥିଲେ। ପରେ ମୁଁ ସେଠାରେ ଅନ୍ୟ ଏକ ଗାଡ଼ି ଧରି ବିମାନ ବନ୍ଦରରେ ପହଞ୍ଚିଥିଲି। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଚାକଳ ଜଣକ ଏପରି ଘୃଣ୍ୟ କାର୍ଯ୍ୟ କରୁଥିଲେ ତାଙ୍କୁ ଚାଳକ ଭାବେ ୪.୫ ରେଟିଂ ପ୍ରଦାନ କରାଯାଇଛି।’
/sambad/media/post_attachments/wp-content/uploads/2017/10/metoo.jpg)
ଏପରି ଏକ ଘଟଣା ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଥିବା ‘ମି ଠୁ ହାସ୍ଟ୍ୟାଗ୍’ର ଠିକ ପରଦିନ ଘଟିଛି। ଉକ୍ତ ମହିଳା ଜଣକ ମଧ୍ୟ ଏହି ଘଟଣାକୁ ଫେସ୍ବୁକ୍ରେ ‘ମି ଠୁ ହାସ୍ଟ୍ୟାଗ୍’ ଦେଇ ପୋଷ୍ଟ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bbed2d77-8769-466b-a7b2-e5c7f0ab6d0e.jpg)