ସ୍ୱାମୀଙ୍କ ଗୁପ୍ତାଙ୍ଗରେ ଗରମ ତେଲ ଢ଼ାଳିଦେଲେ ସ୍ତ୍ରୀ

ମଦୁରାଇ: ସ୍ୱାମୀଙ୍କ ପରକୀୟା ପ୍ରତିରେ ଅତିଷ୍ଟ ହୋଇ ଜଣେ ୩୦ ବର୍ଷୀୟା ଯୁବତୀ ସ୍ୱାମୀଙ୍କ ଗୁପ୍ତାଙ୍ଗରେ ଗରମ ତେଲ ଢ଼ାଳି ଦେଇଛନ୍ତି। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ପତ୍ନୀଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମଦୁରାଇ ଜିଲ୍ଲା ଏସଏସ କଲୋନି ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଦୁରାଇ ନେହେରୁ ନଗରର ଏମ ପରମେଶ୍ୱରମ(୩୭ ବର୍ଷ) ଜଣେ ଅଟୋ ଚାଳକ। ତାଙ୍କ ସ୍ତ୍ରୀ ହେଉଛନ୍ତି ପି ଶଶୀକଳା। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ତେବେ ପରମେଶ୍ୱରମ ଅଟୋ ଚଳାଇବା ସମୟରେ ଭିରାଟ୍ଟିପତୁ ଅଞ୍ଚଳର ଜଣେ ମହିଳାଙ୍କ ସହିତ ପରିଚୟ ହୋଇଥିଲା। କ୍ରମେ ଏହି ପରିଚୟ ପ୍ରେମରେ ପରିଣତ ହୋଇଥିଲା। ପି ଶଶୀକଳା ଅଭିଯୋଗ କରି ଆସୁଥିଲେ ଯେ ତାଙ୍କ ସ୍ୱାମୀ ପରମେଶ୍ୱରମ୍‌ଙ୍କର ଭିରାଟ୍ଟିପତୁ ଅଞ୍ଚଳର ସେହି ମହିଳାଙ୍କ ସହିତ ପରକୀୟା ପ୍ରୀତି ଚାଲିଛି। ଏହାକୁ ନେଇ ଶଶୀକଳା ଓ ପରମେଶ୍ୱରମଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହୋଇଥାଏ। ପରିସ୍ଥିତି ଏମିତି ହେଲା ଯେ ପରମେଶ୍ୱରମ ଆଉ ଶଶୀକଳାଙ୍କ ପାଖକୁ ଆସିଲେ ନାହିଁ। ଏହି ଘଟଣା ପରେ ଶଶୀକଳା ଏସଏସ କଲୋନି ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏ ନେଇ ପୁଲିସ ପରମେଶ୍ୱରମଙ୍କୁ ଚେତାବନୀ ଦେଇ ଛାଡ଼ିଥିଲା। ମାତ୍ର ପୁଲିସରେ ହୋଇଥିବା ମାମଲା ପରମେଶ୍ୱରମଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। ବରଂ ସେ ଏଥର ଅଧିକ ଖୋଲାଖୋଲି ଭାବେ ପତ୍ନୀଙ୍କୁ ଛାଡ଼ି ପ୍ରେମିକାଙ୍କ ସହିତ ରହିବାରେ ଲାଗିଲେ।
ତେବେ ଗତ ସପ୍ତାହରେ ଶଶୀକଳା ତାଙ୍କ ସ୍ୱାମୀ ପରମେଶ୍ୱରଙ୍କୁ ବେଶ୍‌ ମିଠାମିଠା କଥା କହି ଡାକିବା ସହିତ ତାଙ୍କ ସହିତ ରହିବାକୁୁ କହିଥିଲେ। ଶଶୀକଳାଙ୍କ ମିଠାକଥାରେ ଭଳି ଯାଇ ପରମେଶ୍ୱରମ ଗତ ଶନିବାର ରାତିରେ ଆସି ଶଶୀକଳାଙ୍କ ପାଖରେ ପହଞ୍ଚିଥିଲେ। ପରମେଶ୍ୱର ଶୋଇବାକୁ ଯିବା ପରେ ଶଶୀକଳା ଏକ ପ୍ୟାନ୍‌ରେ ତେଲ ଗରମ କରିଥିଲେ। ଯେତେବେଳେ ଶଶୀକଳା ଜାଣିଲେ ଯେ ପରମେଶ୍ୱର ଶୋଇ ପଡ଼ିଲେଣି, ସେ ଗରମ ତେଲ ନେଇ ପରମେଶ୍ୱରମଙ୍କ ଗୁପ୍ତାଙ୍ଗରେ ଢ଼ାଳି ଦେଇଥଲେ। ପରମେଶ୍ୱରଙ୍କ ପାଟି ଶୁଣି ପଡ଼ିଶା ଦୌଡ଼ିି ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍‌ଧାର କରି ରାଜାଜୀ ହସପିଟାଲରେ ଭର୍ତ୍ତି କରିଥିଲେ।
ଏହି ସୂଚନା ପାଇ ଏସଏସ କଲୋନି ଥାନା ପକ୍ଷରୁ ବିଭିନ୍ନ ଦଫାରେ ମମଲା ରୁଜୁ କରାଯାଇଛି। ପୁଲିସ ଶଶୀକଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର