ସ୍ୱାମୀ ଓ ଶାଶୁ-ଶଶୁର ଚଳନ୍ତା ଗାଡ଼ିରୁ ବୋହୂକୁ ବାହାରକୁ ଫିଙ୍ଗିଲେ, ସିସିଟିଭିରେ କୈଦ୍‌ ଦେଲା ଭିଡିଓ

ନୂଆଦିଲ୍ଲୀ: ତାମିଲନାଡୁର କୋଏମ୍ବାଟୁରରୁ ଏମିତି ଏକ ଘଟଣା ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳାଙ୍କୁ ଚଳନ୍ତା ଗାଡ଼ିରୁ ବାହାରକୁ ଫିଙ୍ଗି ଦିଆଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ବହୁତ ସେୟାର କରାଯାଇଛି।

ଅଭିଯୋଗ ହେଉଛି କି, ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ-ଶ୍ୱଶୁର ଚଳନ୍ତା କାରରୁ ଧକ୍କା ଦେଇ ବାହାରକୁ ଫୋପାଡି ଦେଇଥିଲେ। କାରଣ ମହିଳା ଜଣକଙ୍କ କାଳେ ସେମାନଙ୍କୁ ମାରିବାକୁ ଚାହୁଁଥିଲେ। ମହିଳାଙ୍କ ନାମ ଆରତୀ ଅରୁଣ (ବୟସ-୩୮)।

ସୂଚନାଯୋଗ୍ୟ, ଅନେକ ବର୍ଷ ହେବ ଆରତୀଙ୍କୁ ତାଙ୍କ ସ୍ୱାମୀ  ଗାଳିଗୁଲଜ କରି ଆସୁଥିଲେ। ଏଥିରେ ଆରତୀ ସବୁବେଳେ ଅଶାନ୍ତିରେ ରହିଥାଆନ୍ତି। ଆରତିଙ୍କ ସ୍ୱାମୀ  ଅରୁଣ ଅମଲରାଜ  ପେସାରେ ଜଣେ ଇଞ୍ଜିନିୟର ଅଟନ୍ତି। ସ୍ୱାମୀଙ୍କ ଉପରେ ସ୍ତ୍ରୀ ହତ୍ୟା ଉଦ୍ୟମ  ଅଭିଯୋଗ ଲଗାଇଥିଲେ ମଧ୍ୟ ଏଯାବତ ତାଙ୍କୁ ଗିରଫ କରାଯାଇ ନାହିଁ। ସେ ଓ ତାଙ୍କ ମାତା-ପିତା ଅନେକ ମାସ ହେବ ଫେରାର ରହିଛନ୍ତି। ଦୁହିଁଙ୍କ ବିବାହ ୨୦୦୮ରେ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏତେ ଦୃଢ଼ ନ ଥିଲା। ବିବାହର ୬ବର୍ଷ ପରେ ଦୁହେଁ ଦୁହିଁଙ୍କୁ  ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ତାଙ୍କ ଦୁଇଟି ସନ୍ତାନ ସହିତ ମାତା-ପିତାଙ୍କ ଘରକୁ ଚାଲି ଆସିଥିଲେ। ଆରତୀ ମୁମ୍ବାଇ କୋର୍ଟରେ ଘରୋଇ ହିଂସା ନେଇ ମାମଲା ଓ ଛାଡପତ୍ର  ଆବେଦନ କରିଥିଲେ। ଯାହାପରେ ଅରୁଣ ବୁଝାମଣା କରି ପୁଣିଥରେ ସମ୍ପର୍କକୁ ଗଢ଼ିବେ ବୋଲି କଥା ଦେଇଥିଲେ। ଆରତୀ ସ୍ୱାମୀଙ୍କ କଥାରେ ରାଜି ହୋଇ ବାପ ଘରୁ ଚାଲି ଆସିଥିଲେ। କିଛିଦିନ ରହିବା ପରେ ଅରୁଣ ପୂର୍ବ ଭଳି ଅତ୍ୟାଚାର ଆରମ୍ଭ କରିଥିଲେ। ବାପା-ମା’ଙ୍କ ସହ ମିଶି ପତ୍ନୀଙ୍କ ଚଳାନ୍ତା ଗାଡ଼ିରୁ ଠେଲି ଦେଇଥିଲେ।

ସମ୍ବନ୍ଧିତ ଖବର