ରାଇଗଡ: ମହାରାଷ୍ଟ୍ରର ଏକ କୋଭିଡ୍‌-୧୯ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଘଟିଛି ଏକ ଲଜ୍ଜାଜନକ ଅଭାବନୀୟ ଘଟଣା। ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମିତ ରୂପେ ଚିହ୍ନଟ ହେବା ପରେ ମହାରାଷ୍ଟ୍ରର ପାନଭେଲରେ ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିବା ଜନୈକା ଚାଳିଶ ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ମହାରାଷ୍ଟ୍ରର ରାଜନୀତି ଏବେ ସରଗରମ ହୋଇପଡ଼ିଛି। ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ ହେବାପରେ ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରିଥିବା ଜାଣିବାକୁ ମିଳିଛି।

Advertisment

Times of India Times of India

ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ପାନଭେଲ ଜୋନ୍‌- ୨ ଏସିପି, ରବୀନ୍ଦ୍ର ଗୀତା କହିଛନ୍ତି ଯେ ସଂପୃକ୍ତ କ୍ୱାରେଣ୍ଟିନ୍‌ ସେଣ୍ଟରରେ ପ୍ରାୟ ୪୦୦ରୁ ଅଧିକ କୋଭିଡ୍‌-୧୯ ପଜିଟିଭ୍‌ ଏବଂ ସନ୍ଦିଗ୍ଧ ରୋଗୀଙ୍କୁ ଭର୍ତ୍ତି କରାଯାଇଛି। ଏଠାରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ଜଣେ ୪୦ ବର୍ଷ ବୟସ୍କା ମହିଳା ଥିଲେ। ସଂପୃକ୍ତା ମହିଳାଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିବା ଅନ୍ୟ ବ୍ୟକ୍ତି ଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ମହିଳା ଜଣକ ଅଭିଯୋଗ କରିବା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରଛୁ।

ତେବେ, ଏହି ଘଟଣାରେ ମହାରାଷ୍ଟ୍ର ସରକାରଙ୍କୁ ବିରୋଧୀ ବିଜେପି ନିନ୍ଦା କରିବା ସହ ମହାରାଷ୍ଟ୍ର ସରକାର କଣ କରୁଛନ୍ତି? ବୋଲି ପ୍ରଶ୍ନ କରିଛି। ସରକାରଙ୍କର ପରିଚାଳନା ଏବଂ ଅବହେଳା ହେତୁ କ୍ୱାରେଣ୍ଟିନ୍‌ ସେଣ୍ଟର ମାନଙ୍କରେ ଏପରି ସବୁ ଅଘଟଣ ଘଟୁଛ ବୋଲି ବିଜେପି ନେତା ରାମ କାଦମ ଅଭିଯୋଗ କରିଛନ୍ତି।