ବିବାହ ସମସ୍ୟାର ସମାଧାନ ପାଇଁ ମହିଳାଙ୍କୁ ଡାକି ଦୁଷ୍କର୍ମ କଲେ ବାବା

ନୂଆଦିଲ୍ଲୀ: କେରଳର କାଜାକୋଟାମରେ ରହୁଥିବା ମହିଳା ଜଣେ ବାବାଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏଥିସହ ବାବା ତାଙ୍କ ନଗ୍ନ ଫଟୋ ଉଠାଇ ତାଙ୍କଠାରୁ ଟଙ୍କା ଓ ସୁନା ଲୁଟି ନେଇଥିବା ବି ମହିଳା ଜଣକ ଅଭିଯୋଗ କରିଛନ୍ତି।

ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୩୭ବର୍ଷିୟ ‘ଗଡମ୍ୟାନ’ଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଘଟଣାରେ ଗିରଫ କରିଥିଲା। ଗିରଫ ହୋଇଥିବା ବାବାଙ୍କ  ନାମ ଦିଲୀପ ଓ ସେ ଏମଏସକେ ନଗରର ବାସିନ୍ଦା ‌ବୋଲି ଜଣାପଡ଼ିଛି।

ଭଣ୍ଡ ବାବା ଦୀଲିପ କହିଛନ୍ତି, ତାଙ୍କ ପାଖରେ ମାନ୍ଥରାମୁର୍ଥ ନାମକ ଜଣେ ଦେବତାଙ୍କର ଆଶୀର୍ବାଦ ରହିଛି। ସେ ନିଜ ବିଶ୍ୱାସୀମାନଙ୍କ ପାଇଁ ଘରେ ସ୍ୱତନ୍ତ୍ର ପୂଜା କରନ୍ତି । ଅଭିଯୋଗକାରୀ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ବିବାହରେ ବିଳମ୍ବ ହେଉଥିବାରୁ ତାହାର ସମାଧାନ ପାଇଁ ତାଙ୍କ ସହ ଯୋଗାଯୋଗ କରିଥିଲେ।

କାଜାକୋଟାମରେ ରହୁଥିବା ମହିଳା ଅଭିଯୋଗ କରିଛନ୍ତି କି, ଉକ୍ତ ଭଣ୍ଡବାବା ତାଙ୍କୁ ପ୍ରସାଦରେ ନିଦ ବଟିକା ଦେଇ ଦେଇଥିଲେ। ସେ ତାହାକୁ ଖାଇବା ପରେ ଶୋଇ ପଡ଼ିଥି‌ଲେ। ଆଉ ଭଣ୍ଡବାବା ଏହାପରେ ତାଙ୍କ ନଗ୍ନ ଫଟୋ ଉଠାଇ ବ୍ଲାକମେଲ କରିଥିଲେ। ଆଉ ସେ ପିନ୍ଧିଥିବା ଅଳଙ୍କାର ଓ ପାଖରେ ଥିବା କିଛି ଟଙ୍କା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର