ନିର୍ଭୟାକାଣ୍ଡର ପୁନରାବୃତ୍ତି: ମହିଳାଙ୍କ ଗୁପ୍ତାଙ୍ଗରେ ରଡ଼ ପୂରାଇ ନିର୍ମମ ଭାବେ ଦୁଷ୍କର୍ମ କରିଥିଲେ ଦୁଷ୍କର୍ମକାରୀ, ଯନ୍ତ୍ରଣା ସହି ନପାରି ପୀଡ଼ିତା ବୁଜିଲେ ଆଖି

ମୁମ୍ବାଇ: ମୁମ୍ବାଇରେ ଜଣେ ମହିଳାଙ୍କ ସହ ନିର୍ଭୟା ଭଳି ବୀଭତ୍ସ କାଣ୍ଡ ଦୋହରା ଯାଇଛି । ମୁମ୍ବାଇରେ ଗତକାଲି ଦୁଷ୍କର୍ମର ଶିକାର ହୋଇଥିବା ୩୨ବର୍ଷର ମହିଳାଙ୍କ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୁମ୍ବାଇର ସାକିନାକା ଅଞ୍ଚଳରେ ଜଣେ ମହିଳାଙ୍କୁ ଶୁକ୍ରବାର ଅଟୋ ଭିତରେ ଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀ ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୂରାଇ ‌ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କର ଆଜି ମୃତ୍ୟୁ ହୋଇଯାଇଛି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଷ୍କର୍ମକାରୀ ମୋହନ ଚୌହ୍ବାନ(୪୫)କୁ ଘଟଣା ଘଟିବାର କିଛି ସମୟ ମଧ୍ୟରେ ଗିରଫ କରିଥିଲା।

ମୁମ୍ବାଇ ପୁଲିସର ସୂଚନାନୁସାରେ, ଗତକାଲି ସକାଳ ସମୟରେ ସାକିନାକାର ଖାଇରାନି ରୋଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳା ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ନେଇ ଫୋନ କଲ ପାଇଥି‌ଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଘାଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ମହିଳାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା ବୋଲି କୁହାଯାଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଧାରା ୩୭୬, ୩୦୭ରେ ମାମଲା ରୁଜୁ କରିଛି।

 

ସମ୍ବନ୍ଧିତ ଖବର