ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ମହିଳା ହେଲେ ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ଆସାମର ଚରାଇଦେବ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ହସ୍ପିଟାଲରୁ ଘରକୁ ଫେରୁଥିବା ବେଳେ ଦୁଇଜଣ ପୁରୁଷଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି।

ପୀଡିତା ମହିଳାଙ୍କ କହିବାନୁସାରେ, ଅସୁସ୍ଥ ହୋଇ ସେ ଗତ ସପ୍ତାହେ ହେବ ଗାଁଠାରୁ ୨୫କିମି ଦୂର ହସ୍ପିଟାଲ‌ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ପରେ ସେଠାରେ ତାଙ୍କ କରୋନା ରିପୋର୍ଟ ନେଭେଟିଭ ଆସିବା ପରେ ହସ୍ପିଟାଲରୁ ଘରକୁ ଯିବାକୁ ଅଧିକାରୀ କହିଥିଲେ। ଏହାପରେ ସେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ କହିଥିଲେ। କିନ୍ତୁ କୌଣସି ଆମ୍ବୁଲାନ୍ସ ବନ୍ଦୋବସ୍ତ ହୋଇପାରିବ ନାହିଁ ବୋଲି ହସ୍ପିଟାଲ ମନା କରି ଦେଇଥିଲା।

ଏହାପରେ ମହିଳା ଜଣକ ଚାଲିଚାଲି ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କ ପିଛା କରିଥିଲେ। କରୋନା ମହାମାରୀ ପାଇଁ ଯାତାୟାତ ଅଧିକ ନଥିବାରୁ ଯୁବକ ଦ୍ବୟ ମହିଳାଙ୍କୁ ଏକ ଚା’ ବଗିଚାକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କ ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।

 

ସମ୍ବନ୍ଧିତ ଖବର