ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଟ୍ରେନ ଆଗକୁ ଠେଲି ଦେଲେ ଦୁର୍ବୃତ୍ତ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ। ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତ ଯେଉଁଭଳି ଭାବେ ହତ୍ୟା ଉଦ୍ୟମ କରିଛି, ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁଷ୍କର୍ମ ଭଳି ଅପରଧ କରି ମହିଳାଙ୍କୁ ଟ୍ରେନ ଆଗକୁ ଠେଲି ଦିଆଯିବା ପରେ ଏବେ ଜେଜେ ହସ୍ପିଟାଲରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୀଡ଼ିତା ପୋୱାଇରେ ଗୃହସହାୟିକା ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି।

indiatoday

ବାସି ରେଲୱେ ପୁଲିସ ଅଧିକାରୀଙ୍କ ମୁତାବକ, ପୀଡ଼ିତାଙ୍କୁ ଅଚେତ ଅବସ୍ଥା‌ରେ ବାସି କ୍ରିକ୍ ବ୍ରିଜ୍ ନିକଟରେ ଥିବା ରେଳ ଧାରଣା ପାଖରୁ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଜଣେ ବାଇକ ଆରୋହୀ ପୀଡ଼ିତାଙ୍କୁ ପଡ଼ିଥିବାର ଦେଖିବା ପରେ ଆରପିଏଫକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚିବା ପରେ ପୀଡ଼ିତା ଜୀବିତ ଥିବା ଜାଣିବାକୁ ପାଇଥିଲେ । ପ୍ରଥମେ ତାଙ୍କୁ ବାସି ମୁନିସିପାଲ ହସ୍ପିଟାଲକୁ ନିଆଯିବା ପରେ ସେଠାରୁ ତାଙ୍କୁ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରୀ ପରୀକ୍ଷା ପରେ ଡାକ୍ତର ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା କହିଥିଲେ। ଏବେ ପୀଡ଼ିତା ଅଚେତ ଥିବାରୁ ଚେତା ଫେରିବା ପରେ ଅଭିଯୁକ୍ତ ବିରୋଧରେ ବୟାନ ରେକର୍ଡ କରାଯିବ।

ସମ୍ବନ୍ଧିତ ଖବର