ଶାହାଜାହନପୁର: ଅଣ୍ଡା ତିଅଣ ରାନ୍ଧିବାକୁ ମନା କରିବାରୁ ଜଣେ ରାଗି ମାତାଲ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ବୋଲି କୁହାଯାଉଛି। ଗୁରୁବାର ଦିନ ରୋଜା ଥାନା ଅଧୀନ ଶାହାଜାହାନପୁର ଅନ୍ତର୍ଗତ ଦେବଦାସ ଗ୍ରାମରେ ଘଟିଛି ଏ ଘଟଣା। ଗୁରୁବାର ହୋଇଥିବାରୁ ପୀଡ଼ିତା ୩୦ ବର୍ଷୀୟ ମଙ୍ଗେଶ ଶୁକ୍ଳ ୩୩ ବର୍ଷିୟ ସ୍ୱାମୀ ନବନୀତଙ୍କ ପାଇଁ ମନା କରିଦେଲେ।
ନବନୀତ ବାପାଙ୍କ ଲାଇସେନ୍ସ୍ ପିସ୍ତଲ ଆଣି ପତ୍ନୀଙ୍କୁ ଗୁଳି ମାରି ହତ୍ୟା କଲେ। ଶୁକ୍ରବାର ଦିନ ଆଇପିସି ଧାରା ୩୦୨ (ନରହତ୍ୟା) ଆଧାରରେ ଏଫ୍ଆଇଆର୍ ରେଜିଷ୍ଟ୍ରି କରାଯାଇଛି।ମଙ୍ଗେଶଙ୍କ ବଡ଼ଭାଇ ଆନନ୍ଦ ଶୁକ୍ଳଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ ଆଗରେ ଉପସ୍ଥିତ କରାଯାଇ ତାଙ୍କୁ ଶାହାଜାହାନପୁର ଜିଲ୍ଲା ଜେଲ୍କୁ ପଠାଇ ଦିଆଯାଇଛି।
୧୨ ବର୍ଷ ତଳେ ନବନୀତ ମଙ୍ଗେଶଙ୍କୁ ବିଭା ହୋଇଥିଲେ। ସେମାନଙ୍କର ତିନୋଟି ପିଲା ଅଛନ୍ତି। ନବନୀତ ଜଣେ କୃଷକ ଓ ତାଙ୍କର ଗାଁରେ ଅଳ୍ପ କେତେ ଏକର ଜମି ଅଛି। ଘଟଣା ସମୟରେ ପିଲାଏ ସ୍କୁଲ୍କୁ ଯାଇଥିଲେ ଓ ବାପାମାଆ ଯାଇଥିଲେ ଡାକ୍ତରଙ୍କ ପାଖକୁ।
ଗୁରୁବାର ଅପରାହ୍ଣରେ ନବନୀତ ଟାଙ୍କେ ମଦ ପିଇ ଘରକୁ ଆସି ଦି’ପହର ଖାଇବାରେ ଅଣ୍ଡା ତିଅଣ ପାଇଁ କହିଲା। ମଙ୍ଗେଶ ମନା କରିବାରୁ ଉଭୟ ଯୁକ୍ତିତର୍କ କଲେ। ପରେ ନବନୀତ ଘରୁ ପଦାକୁ ଚାଲି ଆସି ଅଳ୍ପ ସମୟ ପରେ ପୁଣି ଘରକୁ ଯାଇ ବାପାଙ୍କ ପିସ୍ତଲ ଆଣି ମଙ୍ଗେଶଙ୍କ ପିଠିକୁ ଗୁଳି ମାରି ଦୌଡ଼ି ପଳାଇଲେ।
ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘର ଭିତରକୁ ଧାଇଁ ଯାଇ ଦେଖିଲେ ଆହତ ମଙ୍ଗେଶ ଚଟାରେ ପଡ଼ିଛନ୍ତି। ସେମାନେ ତୁରନ୍ତ ଆମ୍ବୁଲାନ୍ସ୍ ଓ ପୁଲିସ ଡକାଇଲେ, କିନ୍ତୁ ଡାକ୍ତରଖାନା ନେବା ପୂର୍ବରୁ ମଙ୍ଗେଶଙ୍କ ଜୀବ ଛାଡ଼ିଗଲା।
ଘଟଣାସ୍ଥଳରୁ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ମଧ୍ୟ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/download-35.jpg)