ନୂଆଦିଲ୍ଲୀ: ଭାଗଲପୁର ନାଥନଗର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କୁ ତାଙ୍କ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ସ୍ବାମୀ ଧରି ନେଇଥିଲେ। ଏହି ଘଟଣା ପରେ ମହିଳାଙ୍କ ସହିତ ସ୍ବାମୀ ସବୁଦିନ ପାଇଁ ସମ୍ପର୍କ ଭାଙ୍ଗି ଦେଇ ଚାଲି ଯାଇଥିବା ବେଳେ ଏବେ ପ୍ରେମିକ ବି ମୁହଁ ମୋଡ଼ି ଦେଇଛନ୍ତି। ଏହାକୁ ନେଇ ଗାଁରେ ପଞ୍ଚାୟତ ବସିଥିଲା। ପଞ୍ଚାୟତରେ ସ୍ବାମୀ ଓ ମହିଳାଙ୍କ ପ୍ରେମିକ ନିଜନିଜ ମତ ରଖିଥିଲେ।
ଭାଗଲପୁର ଜିଲ୍ଲାର ନାଥନଗର ଅଞ୍ଚଳସ୍ଥିତ ମଧୁସୂଧନ ଥାନା ଅଧୀନରେ ଥିବା ଭତୋଡିୟା ଗ୍ରାମରେ ଏହି ଘଟଣା ଘଟିଛି। ଘରେ ସ୍ବାମୀ ନଥିବା ବେଳେ ମହିଳା ତାଙ୍କ ପ୍ରେମିକଙ୍କୁ ଡାକିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ସ୍ବାମୀ ଘରେ ଆସି ହଠାତ ପହଞ୍ଚି ଯାଇଥିଲେ। ଆଉ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ଧରି ନେଇଥିଲେ।
ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ପରିସ୍ଥିତିକୁ ଶାନ୍ତ କରି ଗ୍ରାମବାସୀମାନେ ପଞ୍ଚାୟତ ଡାକିଥିଲେ। ଏହି ପଞ୍ଚାୟତରେ ମହିଳାଙ୍କ ସ୍ବାମୀ କି ପ୍ରେମିକ କେହି ବି ତାଙ୍କୁ ଆପଣାଇବାକୁ ପ୍ରସ୍ତୁତ ନଥିଲେ।
ମହିଳାଙ୍କ ସ୍ବାମୀ କହିଛନ୍ତି, ‘ ସ୍ତ୍ରୀଙ୍କୁ ମୁଁ ଅନେକ ଥର ଏହି ପ୍ରସଙ୍ଗରେ ବୁଝାଇଛି। କିନ୍ତୁ ସେ ମୋର କିଛି ବି କଥା ଶୁଣନ୍ତି ନାହିଁ, ସର୍ବଦା ମିଛ କହିଥାଆନ୍ତି। ଆଜି ଯେତେବେଳେ ନିଜ ଆଖିରେ ଏସବୁ ଦେଖିଛି, ମୁଁ ଆଉ ତାଙ୍କୁ ଗ୍ରହଣ କରି ପାରିବି ନାହିଁ।’
ଏପଟେ ମହିଳା ତାଙ୍କ ପ୍ରେମିକ ସହିତ ରହିବାକୁ ଚାହୁଁଥିବା ପଞ୍ଚାୟତରେ କହିଥିବା ବେଳେ ପ୍ରେମିକ କିନ୍ତୁ ତାଙ୍କୁ ଆପଣାଇ ପାରିବେ ନାହିଁ ବୋଲି କହିଥିଲେ। ଏହି ଘଟଣା ପରେ ପୁଲିସ ତିନିଜଣକୁ ହେପାଜତକୁ ନେଇ ଯାଞ୍ଚ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/WhatsApp-Image-2023-01-31-at-20.04.19.jpeg)