ଚଣ୍ଡୀଗଡ଼: ଟିଉସନ୍ କରାଉଥିବା ଜଣେ ୧୫ ବର୍ଷିୟ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେଇ ଜଣେ ୩୩ ବର୍ଷୀୟ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମାର୍ଚ ମାସ ଠାରୁ ସେ ଛାତ୍ରକୁ ଯୌନ ନିର୍ଯାତନା ଦିଆ ଯାଇ ଆସୁଛି ବୋଲି ଅଭିଯୋଗ ହୋଇଥିଲା। ଗୁରୁବାର ଦିନ ଚଣ୍ଡିଗଡ଼ ଡିସ୍ଟ୍ରିକ୍ଟ କୋର୍ଟରେ ହାଜର କରାଯିବା ପରେ ସେ ଶିକ୍ଷୟିତ୍ରୀଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଷମ ଦୈହିକ ଯୌନ ନିର୍ଯାତନା ଦିଆଯାଇଛି ବୋଲି ଛାତ୍ରଟିର ଅଭିଭାବକଙ୍କ ଠାରୁ ଅଭିଯୋଗ ପାଇବା ପରେ ‘ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ (ପିଓସିଏସ୍ଓ) ଆକ୍ଟ୍ରେ ପୁଲିସ ତାଙ୍କୁ ବୁକ୍ କରିଥିଲା।
ଦଶମ ଶ୍ରେଣୀରେ ପଢୁଥିବା ସେ ବାଳକଙ୍କ ଘର ଓ ଶିକ୍ଷୟିତ୍ରୀଙ୍କ ଘର ଗୋଟିଏ ଅଞ୍ଚଳରେ। ପୀଡ଼ିତ ବାଳକ ଏକ ସରକାରୀ ସ୍କୁଲ୍ର ଛାତ୍ର ଏବଂ ଅଭିଯୁକ୍ତା ସେଠାରେ ଶିକ୍ଷୟିତ୍ରୀ। ଚାଇଲ୍ଡ୍ ହେଲ୍ପ୍ଲାଇନ୍ର ପ୍ରୋଜେକ୍ଟ୍ ମ୍ୟାନେଜର ସଙ୍ଗୀତା ଜୁଣ୍ଡ୍ କହନ୍ତି: ବାଳକଟିକୁ କାଉନ୍ସେଲିଙ୍ଗ୍ ଦେଲା ବେଳେ ଜଣାପଡ଼ିଲା ସେ ଶିକ୍ଷୟିତ୍ରୀ ତାଙ୍କ ପ୍ରତି କେବଳ ଈର୍ଷାନ୍ଵିତା ନ ଥିଲେ ତାଙ୍କୁ ସର୍ବଦା ନିଜ ଅକ୍ତିଆରରେ ରଖିବାକୁ ଚାହୁଁଥିଲେ। ଫୁଲକଢ଼ିର ପାଖୁଡ଼ା ଖୋଲିବା ପରି କାଉନ୍ସିଲର୍ମାନଙ୍କୁ ଧୀରେ ଧୀରେ ସେ ବାଳକ ସବୁ କଥା କହିଥିଲେ। ପୁଅର ଗ୍ରେଡ୍ରେ କୌଣସି ଉନ୍ନତି ହେଉ ନ ଥିବା କାରଣରୁ ଟିଉସନ୍ ବନ୍ଦ କରାଇବାକୁ ତା’ର ଅଭିଭାବକ ଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚିବା ପରେ ମେ’ ୨୨ ତାରିଖ ଦିନ ପ୍ରଥମେ ଘଟଣାଟି ଲୋକଲୋଚନକୁ ଆସିଲା।
ସେ ଦିନ ଶିକ୍ଷୟିତ୍ରୀ ସେ ବାଳକର ପିତାମାତା, ନିଜ ସ୍ୱାମୀ ଓ ଦୁଇ ଝିଅଙ୍କ, ୧୦ ଓ ୮ ବର୍ଷ, ଉପସ୍ଥିତିରେ ତାଙ୍କୁ ଗୋଟିଏ କୋଠରିରେ ପୂରାଇ ତାଲା ଠୁଙ୍କି ଦେଲେ।
ଶିକ୍ଷୟିତ୍ରୀଙ୍କ ସ୍ୱାମୀ ବିରୋଧ କରିବାରୁ ସେ ଚିତ୍କାର କରି କହିଲେ କି, ତୁମର ଏଥିରେ ମୁଣ୍ଡ ଖେଳାଇବା ଦରକାର ନାହିଁ। ସେ ପିଲା ମୋ ସାଙ୍ଗରେ ରହିବ। ପଡ଼ୋଶୀମାନଙ୍କ ସହାୟତାରେ ପିତାମାତା ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ।
କିନ୍ତୁ ଶିକ୍ଷୟିତ୍ରୀ ସୋମବାର ରାତିରେ ବାଳକଟିର ଘରକୁ ଯାଇ ଆତ୍ମହତ୍ୟା କରିବେ ବୋଲି କହି ବୋତଲେ କାଶ ସିରପ୍ ପିଇଦେଲେ। ବାଳକର ପିତାମାତା ପୁଲିସ ଡକାଇ ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଡାକ୍ତରଖାନା ନେଲେ। ଗୋଟିଏ ଦିନ ଡାକ୍ତରଖାନାରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା।
ଚାଇଲ୍ଡ୍ ହେଲ୍ପ୍ଲାଇନ୍ରୁ କାଉନ୍ସେଲର୍ ଡକା ଯିବାରୁ ଜଣାଗଲା ପିଲାଟି ଯୌନାଚାରର ସରବ୍ୟ ହୋଇଛି। ତାଙ୍କ ସହ ଯୋଗାଯୋଗ ରଖିବା ପାଇଁ ଶିକ୍ଷୟିତ୍ରୀ ତାଙ୍କୁ ସିମ୍ କାର୍ଡଟିଏ ମଧ୍ୟ ଦେଇଛନ୍ତି। ସେଥିରେ ତାଙ୍କ ନିକଟକୁ ଶିକ୍ଷୟିତ୍ରୀ ଆବେଗଭରା ମେସେଜ୍ ପଠାଉଥିଲେ।