ଦଶମ ଶ୍ରେଣୀ ଛାତ୍ରକୁ ପ୍ରେମରେ ଫସାଇ ଫେରାର ହେଲେ ଶିକ୍ଷୟିତ୍ରୀ,ଜାଣନ୍ତୁ କ’ଣ ହେଲା ତା’ପରେ…

ଫତେବାଦ୍‌ : ହରିୟାଣାରେ ଥିବା ଫତେବାଦ୍‌ ଜିଲ୍ଲାରେ ଜଣେ ଶିକ୍ଷୟତ୍ରୀ ନିଜ ସ୍କୁଲର ଜଣେ ନାବାଳକ ଛାତ୍ର ସହ ଫେରାର ହେବା ଘଟଣା ଏବେ ଚର୍ଚ୍ଚାରେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଏତେ ବଢ଼ିଗଲା ଯେ ଦୁହେଁ ଘରୁ ଲୁଚି ଚାଲିଯିବାର ଯୋଜନା ତିଆରି କରିଥିଲେ । ଘରୁ ଯିବା ପରେ ନାବାଳକ ଛାତ୍ରର ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ଦୁଇ ଜଣଙ୍କୁ ଜମ୍ମୁର କାଟ୍‌ରାରୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ପ୍ରକାଶ ଯେ, ଫତେବାଦ୍‌ରେ ଥିବା ଏକ ସ୍କୁଲର ୨୯ବର୍ଷିୟ ଶିକ୍ଷୟତ୍ରୀ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ ଛାତ୍ରଙ୍କ ପ୍ରେମରେ ପଡ଼ିଥିଲେ । ଦୁଇ ଜଣ କିଛି ଦିନ ପୂର୍ବରୁ ପରସ୍ପର ମଧ୍ୟରେ ମୋବାଇଲ ନମ୍ବର ଅଦଳବଦଳ କରି ରାତିରେ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ କଥା ହେବା ପରେ ତାଙ୍କ ପ୍ରେମକୁ କେହି ବୁଝି ପାରିବେ ନାହିଁ ବୋଲି ଭାବି ଶୁକ୍ରବାର ହଠାତ୍‌ ଦୁଇ ଜଣ ଘରୁ ଲୁଚି ପଳାଇ ଯାଇଥିଲେ ।

Pragativadi

ଏ ବିଷୟରେ ଜାଣିବା ପରେ ସ୍କୁଲର ପ୍ରିନ୍ସିପାଲ ଦୁଇଜଣଙ୍କ ପରିବାରକୁ ଡ଼ାକି ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନାବାଳକଙ୍କ ପରିବାରଲୋକ ଶିକ୍ଷୟତ୍ରୀଙ୍କ ଉପରେ ଅପହରଣର ଅଭିଯୋଗ କରିଥିଲେ । ତଦନ୍ତ ପରେ ଶିକ୍ଷୟତ୍ରୀଜଣଙ୍କ ଘରେ ଛାଡ଼ି ଚାଲି ଯାଇଥିବା ମୋବାଇଲ ଫୋନକୁ ନାବାଳକଙ୍କ ଫୋନ ସହ ସଂଯୋଗ କରି ଜମ୍ମୁର କାଟ୍‌ରାରୁ ଦୁଇ ଜଣଙ୍କୁ ଠାବ କରିଥିଲା ପୁଲିସ । ଗିରଫ ପରେ ପୀଡ଼ିତା ପୂରା ଘଟଣା ଜଣାଇଥିଲେ । ଶୁକ୍ରବାର ଘରୁ ଯିବା ପରେ ସେମାନେ ପ୍ରଥମେ ହିସାର ଯିବା ପରେ ସେଠାରୁ ସେମାନେ ଦିଲ୍ଲୀ ଚାଲି ଯାଇଥିଲେ । ସେଠାରୁ ଦୁଇଜଣ ଜମ୍ମୁର କାଟ୍‌ରାରେ ଯାଇ ପହଞ୍ଚିଥିଲେ ।

ସମ୍ବନ୍ଧିତ ଖବର