ଏହି କାରଣରୁ ସମସ୍ତଙ୍କ ସମ୍ମୁଖରେ ବିମାନ ଗ୍ୟାଲେରିରେ ପରିଶ୍ରା କଲେ ମହିଳା

ନୂଆଦିଲ୍ଲୀ: ହଙ୍ଗରିର ବିମାନ କମ୍ପାନି ବିଜ ଏୟାରର ଏକ ବିମାନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ବିମାନର ଗ୍ୟାଲେରିରେ ସମସ୍ତଙ୍କ ସମ୍ମୁଖରେ ପରିଶ୍ରା କରିବାକୁ ବସି ଯାଇଥିଲେ। ଯାତ୍ରୀମାନେ କିଛି ବୁଝିବା ପୂର୍ବରୁ ଉକ୍ତ ମହିଳା ସେଠାରେ ହିଁ ପରିଶ୍ରା କରି ଦେଇଥିଲେ। ଏହି ପୂରା ମାମଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓରେ ମହିଳାଙ୍କୁ ବିମାନ ଗ୍ୟାଲେରିରେ ପରିଶ୍ରା କରୁଥିବାର ଦେଖିବାକୁ ମିଳୁଛି। ତେବେ ଏପରି କାହିଁକି କଲେ ବୋଲି ମହିଳାଙ୍କୁ ପଚରା ଯିବାରୁ ସେ କହିଥିଲେ, ବିମାନର କ୍ରିୟୁ ମେମ୍ବର ତାଙ୍କୁ ଓ୍ଵାସରୁମ୍‌ ଯିବାକୁ ଅଟକାଇ ଥିଲେ। ଯେଉଁ କାରଣରୁ ସେ ବିମାନ ଗ୍ୟାଲେରରେ ପରିଶ୍ରା କରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ସେ ଫୋନ୍‌ରେ ମଧ୍ୟ କାହା ସହିତ କଥା ହୋଇ ବିମାନରେ ପରିଶ୍ରା ଯିବାକୁ ଦେଉ ନାହାନ୍ତି ବୋଲି କହିଥିଲେ। ମହିଳାଙ୍କୁ ବିମାନ ଗ୍ୟାଲେରିରେ ପରିଶ୍ରା କରିବା ଦେଖି କେହିକେହି ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ କିନ୍ତୁ ସେ କାହାରି କିଛି କଥା ଶୁଣି ନଥିଲେ। ତେବେ ମହିଳା ପରିଶ୍ରା କରୁଥିବା ସମୟରେ ଏହି ଘଟଣାର ଦୃଶ୍ୟକୁ ବିମାନରେ ବସିଥିବା କେହି ଜଣେ ଯାତ୍ରୀ କ୍ୟାମେରାରେ କୈଦ କରି ନେଇଥିଲେ।

ତେବେ ବିମାନଟି ଇଂଲଣ୍ଡ ରାଜଧାନୀ ଲଣ୍ଡନରୁ ପୋଲାଣ୍ଡର ରାଜଧାନୀ ଓ୍ଵାରସା ଅଭିମୁଖେ ଉଡାଣ ଭରିବାର ଥିଲା। ଏହି ସମୟରେ ବିମାନରେ ତେଲ ଭରାଯାଉଥିଲା। ସେଥିପାଇଁ ଯାତ୍ରୀଙ୍କୁ ଟଏଲେଟ ବ୍ୟବହାର କରିବାକୁ ମନା କରାଯାଇଥିଲା। କାରଣ ବିମାନରେ ଫ୍ୟୁଏଲ ରିଫିଲିଙ୍ଗ ସମୟରେ କୌଣସି ଯାତ୍ରୀଙ୍କୁ ଟଏଲେଟ ବ୍ୟବହାର କରିବାକୁ ଦିଆ ନଯିବାର ନିୟମ ରହିଛି। ତେବେ ମହିଳାଙ୍କ ବ୍ୟବହାର ଏପରି ଥିଲା କି ସେ କାହରି କିଛି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ ତେଣୁ ପୁଲିସ ଡକାଇବାକୁ ପଡ଼ିଥିଲା ବୋଲି ଏୟାରଲାଇନ୍ସ କମ୍ପାନି ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର