ନାବାଳିକା ଝିଅର ଦୁଷ୍କର୍ମକାରୀକୁ ଜାଲ ବିଛାଇ ଏପରି ଧରିଲେ ମା’

ଭୋପାଳ: ଚାରିଦିନ ପୂର୍ବରୁ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ୨୨ବର୍ଷିଅ ଦୁଷ୍କର୍ମକାରୀକୁ ମହିଳା ଜାଲ ବିଛାଇ ପୁଲିସ ଜିମା ଦେଇଥିବା ଖବର ମିଳିିଛି।

ସୂଚନାଯୋଗ୍ୟ, ଭୋପାଳର ଶ୍ୟାମଳା ହିଲ୍ଲସ ପୁଲିସ ଷ୍ଟେସନ୍‌ ଇନ୍‌ଚାର୍ଜ ବିପିଏସ୍‌ ବେନ୍ସ କହିଛନ୍ତି, ପୀଡିତା ନବମ ଶ୍ରେଣୀରେ ପଢ଼ୁଥିବା ୧୪ବର୍ଷୀୟ ଛାତ୍ରୀ। ଏକ ମାସ ହେବ ଦରଜି ଦୋକାନ ଚଲାଉଥିବା ତାର ପଡୋଶୀ ସମୀର ଖାନ୍‌ ସବୁବେଳେ ତାର ପିଛା କରୁଥିଲା। ଖାନ୍‌ ଛାତ୍ରୀଙ୍କୁ ଲିପ୍ଟ ଦେବା ପାଇଁ ବାଇକ୍‌ରେ ବସାଇବାକୁ ଅଫର ଦେଇଥିଲା। ପ୍ରଥମେ ନାବାଳିକା ମନା କରିଥିଲା କିନ୍ତୁ ଖାନ୍‌ ଜବରଦସ୍ତି କରିବାରୁ ସେ ବାଇକ୍‌ରେ ବସିବାକୁ ରାଜି ହୋଇଯାଇଥିଲା। କିଛିଦିନ ପର୍ଯ୍ୟନ୍ତ ଏପରି ଚାଲି ଆସୁଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଜୁଲାଇ ୨୨ ତାରିଖରେ ଖାନ୍‌ ନାବାଳିକାକୁ କେରଭା ବାଘ ନିକଟରେ ଥିବା ଏକ ନିଛାଟିଆ ରାସ୍ତାକୁ ନେଇ ଦୁଷ୍କର୍ମ କରିଥିଲା। ଖାନ୍‌ ଦୁଷ୍କର୍ମ କରିବା ପରେ ପୀଡିତାକୁ ଧମକ ବି ଦେଇଥିଲା ଯଦି ସେ ଏହି ଘଟଣା ବିଷୟରେ କାହାକୁ କିଛି କୁହେ ତେବେ ତାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ଗତ ବୁଧବାର ପୀଡିତା ସାହସ ଜୁଟାଇ ସମ୍ପୂର୍ଣ୍ଣ ଘଟଣା ବିଷୟରେ ତାର ମା’କୁ ଜଣାଇଥିଲା। ପୀଡିତା ମା’ ଝିଅଠାରୁ ସେଦିନର ଦୁଃଖଦ ଘଟଣା ବିଷୟରେ ଜାଣିବା ପରେ ଦୁଷ୍କର୍ମକାରୀକୁ ଧରିବା ପାଇଁ ଜାଲ ବିଛାଇ ଥିଲେ।

ତା’ପର ଦିନ ପୀଡିତା ପୂର୍ବଭଳି ଖାନ୍‌ଠାରୁ ଲିପ୍ଟ ନେଇଥିଲା । ଖାନ୍‌ ଶ୍ୟାମଲା ହିଲ୍ସର ଏକ ନିଛାଟିଆ ସ୍ଥାନକୁ ନେଇ ପୀଡିତାର ନୀରିହତାର ଫାଇଦା ଉଠାଇବାକୁ ଯାଇ ପୁଣି ଅସଦାଚଣ କରିବା ଆରମ୍ଭ କରି ଦେଇଥିଲା। ପୀଡିତାର ମା’ ଓ ତାର ବଡ଼ ଭଉଣୀ ଖାନ୍‌ ବାଇକ୍‌ର ପିଛା କରିଥିଲେ ଓ ସିଧାସଳଖ ଦୁଷ୍କର୍ମକାରୀକୁ ଘଟଣାସ୍ଥଳରୁ କାବୁ କରି ନେଇଥିଲେ। ଏହାପରେ ପୀଡିତା ମା’ ୧୦୦ନମ୍ବର ଡାଏଲ କରି ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖାନ୍‌ ଏସବୁ ଦେଖି ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିଲା, କିନ୍ତୁ ପୁଲିସ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚି ଖାନ୍‌କୁ ଗିରଫ କରି ନେଇଥିଲା। ଖାନ୍‌ ବିରୋଧରେ ଅପହରଣ, ଅସଦାରଣ ଓ ଦୁଷ୍କର୍ମ କରିଥିବା ନେଇ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର