ଯୌତୁକ ପାଇଁ ଶାରୀରିକ ନିର୍ଯାତନା ସହିତ ଦୁଷ୍କର୍ମ କରୁଥିଲେ ସ୍ୱାମୀ, ନିର୍ଯାତନା ସହି ନପାରି ନେଲପଲିସ୍‌ ରିମୁଭର ପିଇ ଆତ୍ମହତ୍ୟା ଉଦ୍ୟମ କଲା ସ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାମୀ ଦ୍ୱାରା ନିର୍ଯାତନାର ଶିକାର ହୋଇ ପତ୍ନୀ ନେଲପଲିସ୍‌ ରିମୁଭର ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ମହିଳା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ମାର୍ଚ୍ଚ ୧ ତାରିଖରେ ହସ୍‌ପିଟାଲରୁ ଡିସଚାର୍ଜ କରାଯାଇଛି। ଏହାପରେ ସେ ନିଜ ସ୍ୱାମୀ ମୋହିତ(ଛଦ୍ମନାମ)ଙ୍କ ବିରୋଧରେ ପଶ୍ଚିମ ବିହାର ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ପୁଲିସ ମହିଳାଙ୍କ ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରିଛି।

ପୀଡିତା ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି, ଯୌତୁକ ପାଇଁ ତାଙ୍କ ସ୍ୱାମୀଙ୍କ ସହିତ ଶ୍ୱଶୁର ବି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରି କି ସ୍ୱାମୀ ତାଙ୍କ ସହ ଅପ୍ରାକୃତିକ ଭାବେ ଶାରୀରିକ ସମ୍ପର୍କ ରଖୁଥିଲେ। ଏପରି ନ କରିବାକୁ ସେ ସ୍ୱାମୀକୁ ବାରଣ କରିବା ବେଳେ ମୋହିତ ତାଙ୍କୁ ମାରି ଦେବାକୁ ଧମକ ଦେଉଥିଲେ। ଏନେଇ ସେ ମହିଳା ପୁଲିସ ସେଲରେ ଅଭିଯୋଗ କରିଥିଲେ। ଏହାପରେ ସେ ସେଠାରେ ପତ୍ନୀଙ୍କୁ କ୍ଷମା ମାଗିଥିଲେ। ଆଉ ନିର୍ଯାତନା ଦେବେ ନାହିଁ ବୋଲି ଶପଥ କରିଥିଲେ। ଏହାପରେ ପତ୍ନୀ ସ୍ୱାମୀଙ୍କ ବିରୋଧରେ କରିଥିବା ଅଭିଯୋଗକୁ ଫେରାଇ ଆଣିଥିଲେ।

କିନ୍ତୁ କିଛିଦିନ ପାଇଁ ସ୍ୱାମୀ ନିଜ ସ୍ୱଭାବରୁ ନିବୃତ୍ତ ରହିଥିଲେ ହେଁ ପୁଣି ନିଜ ସ୍ୱଭାବକୁ ଫେରି ଆସି ପୂର୍ବ ଭଳି ନିର୍ଯାତନା ଦେବା ସହ ମାଡଧର ଆରମ୍ଭ କରି ଦେଇଥିଲେ। ପତ୍ନୀଙ୍କୁ ଏକ କଠୋରିରେ ମଧ୍ୟ ବନ୍ଦୀ କରି ରଥିଥିଲେ। ସ୍ୱାମୀଙ୍କ ନିର୍ଯାତନା ଆଉ ସହ୍ୟ କରି ନପାରି ନେଲପଲସି ଲିଭାଇବା ରିମୁଭର ପିଇ ଦେଇଥିଲି ପତ୍ନୀ। ଫଳରେ ଅଚେତ ହୋଇପଡ଼ଥିଲି।

କେବଳ ଏତିକି ନୁହେଁ ତାଙ୍କର ସ୍ୱାମୀଙ୍କ ଜଣେ ସାଙ୍ଗ ସୋସିଆଲ ନେଟଓ୍ଵାର୍କ ସାଇଟ୍‌ରୁ ମହିଳା ଓ ତାଙ୍କ ପରିବାର ସମ୍ପର୍କରେ ଭୁଲ ତଥ୍ୟ ପୋଷ୍ଟ କରି ବଦନାମ କରିବାକୁ ଚେଷ୍ଟା କରୁଥିଲା। ଦିଲ୍ଲୀ ପୁଲିସର ସାଇବର ସେଲଙ୍କୁ ଏହି ସମ୍ପର୍କରେ କହିବା ପରେ ସେ ଏହି ସବୁକୁ ସାଇଟ୍‌ରୁ ହଟାଇ ଦେଇଥିଲେ।

ସମ୍ବନ୍ଧିତ ଖବର