ବେଙ୍ଗାଲୁରୁ: ସୋମବାର ସନ୍ଧ୍ୟାରେ ଜଣେ ବିଧବା ମା’ ଆତ୍ମହତ୍ୟା କରିବା ପୂର୍ବରୁ ନିଜର ଦୁଇଝିଅଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ବଡ଼ ଝିଅକୁ ଦଉଡ଼ି ସାହାଯ୍ୟରେ ଛାତରେ ଟାଙ୍ଗି ହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ୮ବର୍ଷର ସାନ ଝିଅ କୌଶଳ କ୍ରମେ ଘରୁ ପଳାଇ ଆସିଥିଲା। ଦିବୁର ଗାଁରେ ପଡୋଶୀମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା। ଝିଅ ଠାରୁ ଖବର ପାଇବା ପରେ ପଡ଼ିଶାଘର ଲୋକ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଝିଅର ମାଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ, କିନ୍ତୁ ତାଙ୍କ ୧୨ ବର୍ଷର ଭଉଣୀଙ୍କୁ ବଞ୍ଚାଇ ପାରି ନଥିଲେ।
ରାଜାନୁଖୁଣ୍ଟେ ପୁଲିସର ସୂଚନାନୁସାରେ ଏହି ଘଟଣା ରାତି ପ୍ରାୟ ୬ ଟା ସମୟରେ ଘଟିଥିଲା। ମୃତ ଝିଅର ନାମ ଦିବ୍ୟାଶ୍ରୀ ବୋଲି ପୁଲିସ ଚିହ୍ନଟ କରିଛି। ତାଙ୍କ ମା ଭାରାଲକ୍ଷ୍ମୀ ଡାକ୍ତରଖାନାରେ ଜୀବନ ଓ ମରଣ ସହ ସଂଘର୍ଷ କରୁଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ଦୁଇ ମାସ ପୂର୍ବେ ସ୍ୱାମୀ ପୁଟ୍ଟାରାଜୁଙ୍କୁ କୋଭିଡ -୧୯ ରେ ହରାଇବା ପରେ ଭରାଲକ୍ଷ୍ମୀ ଭାଙ୍ଗି ପଡ଼ିଥିଲେ। ଏଥିସହିତ ସେ ଗତ ଦୁଇ ବର୍ଷ ହେବ ମେରୁଦଣ୍ଡ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସୋମବାର ସନ୍ଧ୍ୟାରେ ସେ ନିଜ ପିଲାମାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବେ ବୋଲି ସ୍ଥିର କରିଥିଲେ। ଭାରାଲକ୍ଷ୍ମୀ ବଡ଼ ଝିଅ ଦିବ୍ୟାଶ୍ରୀଙ୍କୁ ହତ୍ୟା କରିବାକୁ ଯାଉଥିବା ବେଳେ ତାଙ୍କ ସାନ ଝିଅ ମୁଗ୍ଧା କୌଶଳେ କ୍ରମେ ଘରୁ ବାହାରକୁ ଚାଲି ଆସିଥିଲା। ବାହାରକୁ ଆସି ପଡ଼ିଶାଘର ଲୋକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲା।
ପଡ଼ିଶାଘର ଲୋକ ମୁଗ୍ଧାଙ୍କ ପାଟି ଶୁଣି ଘର ଭିତରକୁ ଦୌଡ଼ି ଯାଇ ମା’ ଓ ଝିଅ ଦିବ୍ୟାଶ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରମାନେ ଦିବ୍ୟାଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଭାରାଲକ୍ଷ୍ମୀଙ୍କ ଚିକିତ୍ସା ଜାରି ରହିଛି।