୧୭ ଦିନ ଧରି ଗୋଟିଏ ଏଟିଏମ୍‌କୁ ଯାଇ ତାଙ୍କୁ ଠକିଥିବା ବ୍ୟକ୍ତିକୁ ଧରିଲେ ମହିଳା

ମୁମ୍ବାଇ: ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ବାନ୍ଦ୍ରାର ଗୋଟିଏ ଏଟିମ୍‌ ପାଖକୁ ଯିବା ପରେ ବୁଧବାର ଦିନ ରେହାନା ଶେଖ୍‌ ନାମ୍ନା ଜଣେ ୩୫ ବର୍ଷୀୟ ମହିଳା ତାଙ୍କୁ ଠକି ଥିବା ଜଣେ ୩୬ ବର୍ଷିୟ ଠକକୁ ଧରିଛନ୍ତି।

ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ଭୂପେନ୍ଦ୍ର ମିଶ୍ର ଜଣେ ଅଭ୍ୟାସଗତ ଅପରାଧି ଏବଂ ସହରର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ସାତଟି ମାମଲା ରୁଜୁ କରାଯାଇଛି।

ଡିସେମ୍ବର ୧୮ ତାରିଖ ଦିନ ମହିଳାଜଣକ ପାଲି ହିଲ୍‌ ଠାରେ ଥିବା ତାଙ୍କ ଅଫିସକୁ ଯିବା ଲାଗି ଟ୍ରେନ୍‌ରୁ ଓହ୍ଲାଇ ଥିଲେ। ତା’ପରେ ସେ ଟଙ୍କା ଉଠାଇବାକୁ ବାନ୍ଦ୍ରା ଷ୍ଟେସନ୍‌ ନିକଟରେ ଥିବା ଏଟିଏମ୍‌କୁ ଗଲେ। ବୈଷୟିକ ତ୍ରୁଟି ଯୋଗୁଁ ସେ ଏଟିଏମ୍‌ରୁ ଟଙ୍କା ଉଠାଇ ପାରିଲେ ନାହିଁ। ଏଟିଏମ୍‌ରୁ ଟଙ୍କା ବାହାରୁ ନ ଥିଲା।

ଅଭିଯୁକ୍ତ ସେତେବେଳେ ବାହାରେ ଅପେକ୍ଷା କରିଥିଲେ।

ଅଭିଯୋଗକାରିଣୀ ଏଟିଏମ୍‌ରୁ ଟଙ୍କା ଟାଣି ବାହାର କରୁଥିବା ଦେଖି ସେ ସାହାଯ୍ୟ କରିବାକୁ ଆଗେଇ ଆସିଲେ। କିନ୍ତୁ, ଟଙ୍କା ବାହାରିଲା ନାହିଁ। କିନ୍ତୁ, ଏ ଭିତରେ ଅଭିଯୁକ୍ତ ମହିଳାଙ୍କ ଏଟିଏମ୍‌ର ପୂର୍ବ ବିବରଣୀ ନେଇଯାଇଥିଲେ।

ଅଫିସ୍‌ରେ ପହଞ୍ଚିଲା ପରେ ଅଭିଯୋଗକାରିଣୀ ମେସେଜ୍‌ ପାଇଲେ ଯେ ଆକାଉଣ୍ଟରୁ ୧୦ ହଜାର ଟଙ୍କା ଉଠାଯାଇଛି।

ଓ୍ଵାଦାଲାବାସୀ ଶେଖ୍‌ ଏଟିଏମ୍‌ ନିକଟକୁ ଗଲେ, କିନ୍ତୁ ଅଭିଯୁକ୍ତର ପତ୍ତା ପାଇଲେ ନାହିଁ। ପରେ ସେ ୧୭ ଦିନ ଧରି ଉକ୍ତ ଏଟିଏମ୍‌ ନିକଟକୁ ଯାଇ ସେଠାରେ ସେ ଅଜ୍ଞାତ ଲୋକଟିକୁ ଅପେକ୍ଷା କରି ରହନ୍ତି।

ଜାନୁଆରି ୪ ତାରିଖ ରାତି ୧୧: ୩୦ ସମୟରେ ଅଭିଯୁକ୍ତଙ୍କୁ ସେହି ଏଟିଏମ୍‌ ନିକଟରେ ଦେଖିଲେ ଶେଖ୍‌। ସେ ତାଙ୍କୁ ସେଠାରେ ଦେଖି ପୁଲିସକୁ ଡାକି ତାଙ୍କୁ ହସ୍ତାନ୍ତର କଲେ।

ସମ୍ବନ୍ଧିତ ଖବର