ମଦ ପିଇବା ପରେ ଅନ୍ୟ କୁକୁରକୁ ଅପହରଣ କରି ନେଇଥାଆନ୍ତି ଏହି ମହିଳା

ନୂଆଦିଲ୍ଲୀ: ମଦପାନ କରିବା ପରେ ଲୋକମାନେ ଅନେକ ଥର ଏମିତି କିଛି ମଜାଦାର କାରନାମ ଘଟାଇ ଥାଆନ୍ତି ଯାହାକୁ ଦେଖିଲେ ଲୋକେ ହସିହସି ବେଦମ ହୋଇଯାଇ ଥାଆନ୍ତି। ତେବେ ମଦ ପିଇବା ପରେ ଏମିତି ବି ବହୁ ବିପଦପୂର୍ଣ୍ଣ ଓ ଲଜ୍ୟାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ଯାହା ହୋସ ଅସିଲା ପରେ ଜଣାପଡ଼ିଥାଏ।

ନିକଟରେ ଇଂଲଣ୍ଡର ଓ୍ଵାଲସାଲରେ ବସବାସ କରୁଥିବା ୨୬ବର୍ଷୀୟ ରୋବିନ୍‌ସନ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆଛି। ସେ ଅନ୍ୟମାନଙ୍କ କୁକୁରକୁ ଅପହରଣ କରି ନେଇ ଥାଆନ୍ତି ବୋଲି ଜଣାାପଡ଼ିଛି। ନିକଟରେ ଏକ ସ୍ନାପ୍‌ଚାଟ୍‌ ଭିଡିଓରେ ରୋବିନ୍‌ସନ୍‌ ଖୁଲାସା କରି କହିଛନ୍ତି, ସାଙ୍ଗମାନଙ୍କ ସହିତ ରାତିରେ ପ୍ରବଳ ମଦପାନ କରିବା ପରେ ସେ ଶୋଇ ପଡ଼ିଥାଆନ୍ତି, ତା’ପର ଦିନ ସକାଳେ ତାଙ୍କ ଆପର୍ଟମେଣ୍ଟରେ ଅଜଣା କୁକୁର ଥିବା ସେ ଦେଖିବାକୁ ପାଇଥାଆନ୍ତି।

ଗତ ମଇ ୨୭ ତାରିଖ ଦିନ ରୋବିନ୍‌ସନ୍‌ ସାଙ୍ଗମାନଙ୍କ ସହିତ ଆଉ ଏକ ମଦପାନ ପାର୍ଟି ଶେଷ କରି ଘରକୁ ଫେରୁଥିବା ସମୟରେ ଏକ କୁକୁରକୁ ଦେଖିଥିଲେ। ସେ ସେହି କୁକୁରକୁ ଧରି ନିଜ ପୋଷାକ ଭିତରେ ଲୁଚାଇ ସାଙ୍ଗମାନେ ଥିବା ସ୍ଥାନକୁ ନେଇଯାଇଥିଲେ। ଏହି କୁକୁର ନାମ ଭାଓଲେଣ୍ଟ ଦେଇଥିଲେ। କାରଣ ସେମାନେ ଯେଉଁଠାରେ ପାର୍ଟ କରିଥିଲେ ସେହି ସ୍ଥାନର ନାମ ପରମା ଭାଓଲେଣ୍ଟ ଗିନ୍‌ ଥିଲା। ସେମାନେ କୁକୁର ସହିତ ବିଛଣା ସେୟାର ବି କରିଥିଲେ। କିଛିଦିନ ପରେ ଏହି କୁକୁର ନାମ ପ୍ରିନ୍‌ସେସ୍‌ ବୋଲି ଜାଣିବାକୁ ପାଇଥିଲେ। ତେବେ ଏହି କୁକୁର ମାଲିକ ବିଷୟରେ ସେମାନେ କୌଣସି ଚିନ୍ତା ବି କରି ନଥିବା କଥା କହିିଥିଲେ ରୋବିନ୍‌ସନ।

ସମ୍ବନ୍ଧିତ ଖବର