ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ନାକର ଅସ୍ତ୍ରୋପଚାର ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ଫିଲାଡେଲଫିଆର ଡେଭିନ୍ ଏକେନ୍ ନାମକ ମହିଳା ଗତନଭେମ୍ବର ମାସରେ ୯.୪ ଲକ୍ଷ ଟଙ୍କାର ରାଇନୋପ୍ଲାଷ୍ଟି କରାଇଥିଲେ। ଏହି ଅସ୍ତ୍ରୋପଚାର ପରେ ତାଙ୍କର ଚେହେରାର ଆକୃ୍ତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା। ସେ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ ଦେଖାଗଲେ।
ଏହି ଘଟଣାକୁ ନେଇ ଏକେନ୍ କହିଛନ୍ତି,‘ନାକର ସର୍ଜରି ମୋତେ ଏକ ଶାନ୍ତି ଓ ଖୁସିରେ ଭରପୂର ଜୀବନ ବଞ୍ଚିବାର ରାହା ଦେଖାଇଛନ୍ତି। ମୋ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। ତେଣୁ ଦୀର୍ଘଦିନ ହେବ ଯେଉଁ ସମ୍ପର୍କକୁ ନେଇ ମୁଁ ଖୁସି ନଥିଲି ସେଥିରେ ପୁନଃଚ୍ଛେଦ ପାଇବାକୁ ସ୍ଥିର କରିଥିଲି।’
ପୂର୍ବ ନାକ ପାଇଁ ଏକେନଙ୍କୁ ଅନେକ ଥଟ୍ଟା ପରିହାସର ପରିସ୍ଥିତି ସାମ୍ନା କରିବାକୁ ପଡ଼ିଛି। ତେବେ ଏକେନଙ୍କ ନିକଟରେ ଏମିତି ଜଣେ ପୁରୁଷଙ୍କ ସହିତ ବିବାହ ହୋଇଥିଲା ଯାହାଙ୍କ ସହିତ ତାଙ୍କର ଜମାରୁ ପଡ଼ୁ ନଥିଲା। ଅନେକ ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଲାଗୁ ଥିଲା। ଅଶାନ୍ତିରେ ଦିନ କଟୁଥିଲି। ଏ ସମ୍ପର୍କରୁ ଏକେନ ବାହାରି ଯିବାକୁ ଚାହୁଁଥିଲେ କିନ୍ତୁ ବାହାରି ପାରୁ ନଥିଲେ।
ନିକଟରେ ଏକେନଙ୍କ ନାକରେ ଅସ୍ତ୍ରୋପଚାର ହୋଇଥିଲା। ଏହି ଅସ୍ତ୍ରୋପଚାର ପରେ ଏକେନଙ୍କ ଭିତରେ ଏତେ ମାତ୍ରାରେ ଆତ୍ମବିଶ୍ବାସ ବୃଦ୍ଧି ପାଇଥିଲା ଯେ ସେ ନିଜ ବିବାହକୁ ଭାଙ୍ଗି ଦେବାକୁ ସ୍ଥିର କରିଥିଲେ। ସେ ଏକାକି ନିଜର ଜୀବନକୁ ଖୁସିରେ ଉପଭୋଗ କରିବାକୁ ସ୍ଥିର କରି ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଏକେନଙ୍କ ନିଷ୍ପତ୍ତିକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।