ସ୍ୱାମୀଙ୍କଠାରୁ ମାଡ଼ ଖାଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଯାଇଥିବା ମହିଳା ହସ୍ପିଟାଲ୍‌ ଆଟେଣ୍ଡାଣ୍ଟ୍‌ ଦ୍ୱାରା ଦୁଷ୍କର୍ମର ଶିକାର

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଓସ୍‌ମାନିଆ ଜେନେରାଲ୍‌ ହସ୍ପିଟାଲ୍‌(ଓଜେଏଚ୍‌) ପରିସରରେ ଜଣେ ମହିଳାଙ୍କୁ ସେହି ହସ୍ପିଟାଲ୍‌ର ୪୫ ବର୍ଷିଅ ଆଟେଣ୍ଡାଣ୍ଟ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଶନିବାର ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣକ ମେ ୨ରେ ଚିକିତ୍ସା ପାଇଁ ହସ୍ପିଟାଲ୍‌ ଯାଇଥିଲେ। ହସ୍ପିଟାଲ୍‌ରେ ଥିବା ବି ନାଗାର୍ଜୁନ ନାମକ ବ୍ୟକ୍ତି ତାଙ୍କ ସହ ଏପରି କରିଛନ୍ତି।

ଦୁଃଖର କଥା ହେଉଛି ମହିଳା ଜଣକ ନିଜ ସ୍ୱାମୀଙ୍କଠାରୁ ମାଡ଼ ଖାଇ ରାତି ପ୍ରାୟ ୯ଟା ସମୟରେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ମାତ୍ର ହସ୍ପିଟାଲ୍‌ରେ ତାଙ୍କ ସହ ଏପରି ଘଟିଥିଲା।

ମହିଳା ଜଣକ ହସ୍ପିଟାଲ୍‌ ଯିବା ପୂର୍ବରୁ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଲେଖାଇବା ପାଇଁ ବଞ୍ଜାରା ହିଲ୍‌ସ ପୁଲିସ୍‌ ଷ୍ଟେସନ୍‌କୁ ଯାଇଥିଲେ। ସେଠାରେ ମହିଳାଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ୍‌କୁ ପଠା ଯାଇଥିଲା।

ଏ ସଂପର୍କରେ ସୁଲ୍‌ତାନ ବଜାରର ଏସିପି ଗଣମାଧ୍ୟକୁ ଜଣାଇଛନ୍ତି ଯେ ମହିଳା ଜଣକ ଚିକିତ୍ସା ପରେ ସେଠାରେ ଉପସ୍ଥିତ ଥିବା ନାଗାର୍ଜୁନଙ୍କ ସହ କଥାବାର୍ତ୍ତା କରିଥିଲେ। ନାଗାର୍ଜୁନ ସେହି ସୁବିଧାର ଫାଇଦା ଉଠାଇ ନାଗାର୍ଜୁନ ପ୍ରଥମ ତାଲାରେ ଥିବା ଏକ ଅନ୍ଧାରିଆ ଅଞ୍ଚଳକୁ ମହିଳାଙ୍କୁ ଡାକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଏହି ଘଟଣା କାହାକୁ ନକହିବାକୁ ଧମକ ମଧ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର