୧୭ ବର୍ଷ ନାବାଳକଙ୍କୁ ଯୌନ ନିର୍ଯାତନା ଦେଇ ବିବାହ କରିବା ଅଭିଯୋଗରେ ମହିଳା ଗିରଫ

ମୁମ୍ବାଇ: ଜଣେ ନାବାଳକଙ୍କୁ ଯୋର ଜବରଦସ୍ତ ବିବାହ କରିଥିବା ନେଇ ମୁମ୍ବାଇ ପୁଲିସ ଜଣେ ବିବାହିତା ମହିଳାଙ୍କୁ ଗିରଫ କରିଛି। ଏପରିକି ତାଙ୍କ ନାମରେ ପୋକ୍‌ସୋ ଆକ୍ଟ ସହିତ ବାଲ୍ୟବିବାହ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ମହିଳା ଓ ନାବାଳକଙ୍କ ସମ୍ପର୍କରୁ ସେମାନଙ୍କର ଏକ ଏକ ୫ ମାସର ଶିଶୁ କନ୍ୟା ରହିଛି। ସମ୍ପୃକ୍ତ ନାବାଳକଙ୍କ ମାଆଙ୍କ ଅଭିଯୋଗ କ୍ରମେ ଏହି ମାମଲା ରୁଜୁ କରାଯାଇଛି।

ମିିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳକଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦୁଇ ଝିଅ ଓ ପୁଅ ଭିତରୁ ପୁଅର ବୟସ ମାତ୍ର ୧୭ ବର୍ଷ। ତେବେ ଗତବର୍ଷ ଡିସେମ୍ବର ମାସରେ ମହିଳା ଜଣକ ତାଙ୍କ ଘରକୁ ଆସି ସେ ତାଙ୍କ ପୁଅଙ୍କୁ ବିବାହ କରିଛନ୍ତି, ତେଣୁ ତାଙ୍କ ଘରେ ରହିବେ ବୋଲି ଅଡ଼ି ବସିଥିଲେ। ମାତ୍ର ସେ ଓ ତାଙ୍କ ସ୍ୱାମୀ ମହିଳାଙ୍କୁ ଘରେ ନ ରଖିବାରୁ ସେ ପଳାଇ ଯାଇଥିିଲେ । ପରେ ପରେ ତାଙ୍କ ୧୭ ବର୍ଷର ପୁଅ ମଧ୍ୟ ଘର ଛାଡ଼ି ସମ୍ପୃକ୍ତ ମହିଳାଙ୍କ ସହିତ ରହିଥିଲା ଓ ଘରକୁ ଫେରିବ ନାହିଁ ବୋଲି ଜିଦ୍‌ କରିଥିଲା। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଏହି ମାସରେ ଗିରଫ କରିଥିଲା।

ଗିରଫ ପରେ ମହିଳା ଓ ସମ୍ପୃକ୍ତ ନାବାଳକଙ୍କ ସମ୍ପର୍କରୁ ଜନ୍ମିତ ୫ ମାସର ଝିଅ ମହିଳାଙ୍କ ସହିତ ଜେଲରେ ରଖିବା ପାଇଁ ଅନୁମତି ମିଳିଥିଲା। ତେବେ ଏ ନେଇ ମହିଳା ଜଣକ ଜାମିନ ଆବେଦନ କରିଛନ୍ତି। ସେ ଦର୍ଶାଇନ୍ତି ଯେ ଉଭୟଙ୍କ ସହମତିରେ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲ। ତାଙ୍କ ସ୍ୱାମୀଙ୍କ ବୟସ ସମ୍ପର୍କରେ ତାଙ୍କ ମା ମିଛ ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀଙ୍କ ମାଆ ଦର୍ଶାଇଛନ୍ତି ଯେ ତାଙ୍କ ଝିଅର ବୟସ ୧୮ ବର୍ଷ ହୋଇଥିବା ବେଳେ ପୁଅର ବୟସ ୧୭ ବର୍ଷ ୮ ମାସ। ମାତ୍ର ୪ ମାସ ବ୍ୟବଧାନରେ ଦୁଇଟି ସନ୍ତାନ ଜନ୍ମ କରିବା ସମ୍ଭବ ନ ଥିବାରୁ ଏହା ମିଛି ବୋଲି ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି। ଅପରପକ୍ଷେ ସମ୍ପୃକ୍ତ ନାବାଳକଙ୍କ ମା ଅଭିଯୋଗ କରିଛନ୍ତିି ସେ ଯେଉଁ ମହିଳ ତାଙ୍କ ପୁଅକୁ ଯୌନ ନିର୍ଯାତନା ଦେଇ ବିବାହ କରିଛନ୍ତି ବୋଲି ଦାବି କରୁଛନ୍ତି ସେ ପୂର୍ବରୁ ଦୁଇଥର ବିବାହ କରି ଛାଡ଼ପତ୍ର ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର