ନୂଆଦିଲ୍ଲୀ: ଚୀନର ଜଣେ ଯୁବତୀଙ୍କର ବିବାହ ଦିନ ତାଙ୍କ ଭାବି ସ୍ୱାମୀ ଏମିତି ଘଟଣା ଘଟାଇଥିଲେ ଯେ ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଥିଲେ।
ପ୍ରେମୀଯୁଗଳ ୨ବର୍ଷ ଧରି ସଂପର୍କରେ ରହିବା ପରେ ୬ମାସ ପୂର୍ବରୁ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ପରେ ଦୁହିଁଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ବିବାହ ଦିନ ପୂରା ପରିବାର ହସଖୁସି-ନାଚଗୀତରେ ମଜିଯିବା ସହିତ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଲା।
/sambad/media/post_attachments/276310563c2621cae25ace357ac6e68b2cd583b37393fea27aec139db6ceda03.jpg)
ବିବାହ ଦିନ ବରବଧୂଙ୍କୁ ସ୍ୱତନ୍ତ୍ର ଦର୍ଶାଇବା ପାଇଁ ଦୁହିଁଙ୍କର କିଛି ଫଟୋ ଓ ଭିଡିଓ ବିବାହ ହେଉଥିବା ହଲ୍ରେ ପ୍ରଦର୍ଶିତ ହୋଇଥିଲା । ଗୋଟିଏ ପରେ ଗୋଟିଏ ଭିଡିଓ ଚାଲିଥିବା ବେଳେ ହଠାତ ଏମିତି ଏକ ଭିଡିଓ ପରଦାରେ ଚାଲିଥିଲା ଯାହାକୁ ଦେଖି ହଲ୍ରେ ଉପସ୍ଥିତ ଥିବା ବର-ବଧୂଙ୍କ ସମସ୍ତ ଅତିଥି, ପରିବାରବର୍ଗ ଓ ସମ୍ପର୍କୀୟ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁବାକୁ ଲାଗିଥିଲେ।
ଏହି ଭିଡିଓଟି ଯୁବତୀ ଓ ତାଙ୍କ ଭିଣୋଇଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଥିଲା। ଯେଉଁଥିରେ ବଧୂ ତାଙ୍କ ଭିଣୋଇ ସହିତ ଶାରୀରିକ ସମ୍ପର୍କ ରଖୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଭାବି ବର ବଧୂଙ୍କୁ କହିଥିଲେ, ‘ତୁ କ’ଣ ଭାବୁ ଥିଲୁ ମୋତେ କିଛି ଜଣା ନାହିଁ। ମୋତେ ସବୁ ଜଣା ଥିଲା। ତୁ ମୋ ବିଶ୍ୱାସରେ, ଭଲ ପାଇବାରେ ଯେମିତି ବିଷ ଦେଇଥିଲୁ। ତାହାର ପରିଣାମ କ’ଣ ହୋଇ ପାରେ ତାହା ତୁ ପାଇ ଯାଇଥିବୁ ବୋଲି ଭାବୁଛି।’ ଏହା କହି ଧରି ଥିବା ଫୁଲତୋଡାକୁ ବଧୂ ଉପରେ ଫିଙ୍ଗି ଚାଲି ଯାଇଥିଲେ।
ବିବାହ ପରେ ରହିବା ଲାଗି ଯୁବକ ଏକ ନୂଆ ଘର ନେଇଥିଲେ। ଏଥିରେ ଯୁବକ ଏକ ସିକ୍ରେଟ କ୍ୟାମେରା ଖଞ୍ଜି ଦେଇଥିଲେ, ଯାହାକି ଯୁବତୀଙ୍କୁ ଜଣା ନଥିଲା। ଘର ଚାବି ଦୁଇଜଣଙ୍କ ପାଖରେ ରହିଥିଲା। ଏହି ନୂଆ ଘରକୁ ଯୁବତୀ ଅନେକ ସମୟରେ ତାଙ୍କ ଭିଣୋଇଙ୍କୁ ନେଇ ଆସୁଥିଲେ। ଯୁବତୀଙ୍କ ଭାବି ସ୍ୱାମୀ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଦେଖିଲା ପରେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ସେ ତାଙ୍କ ଭାବି ପତ୍ନୀଙ୍କୁ ତାଙ୍କ ଭିଣୋଇ ସହିତ ଶାରୀରିକ ସମ୍ପର୍କ ରଖୁଥିବା ଫୁଟେଜରେ ଦେଖିବାକୁ ପାଇଥିଲେ। ଯୁବତୀ ଦେଇଥିବା ପ୍ରତାରଣାର ପ୍ରତିଶୋଧ ନେବା ପାଇଁ ସେ ଏଭଳି ଯୋଜନା କରିଥିଲେ।
/sambad/media/post_attachments/ae25ab838199cacb3a48815278dede381fcfb39c011dfe758dd012cac24ca1f0.jpg)
ଏହି ଘଟଣାପରେ ସୋସିଆଲ ମିଡିଆରେ ଯୁବକ ଜଣକ ପୋଷ୍ଟ କରିଥିବା ଏହି ଭିଡିଓ ଭାଇରାଲ ହୋଇଯାଇଛି, ଯାହାକୁ ଯୁବତୀ ଖୁବ୍ଶୀଘ୍ର ହଟାଇବା ପାଇଁ ଦାବି କରିଛନ୍ତି।