ନିଜ ମାଆଙ୍କୁ ବିବାହ କରିଥିବା ଅଭିଯୋଗରେ ୧୦ ବର୍ଷ ପାଇଁ ଜେଲ୍‌ ଗଲେ ମହିଳା!

ଓକ୍‌ଲାହୋମା: ନିଜ ମାଆଙ୍କୁ ବିବାହ କରି ସମାଜକୁ ନକରାତ୍ମକ ବାର୍ତ୍ତା ପ୍ରଦାନ କରିଥିବା ଅଭିଯୋଗରେ ଆମେରିକାର ଓକ୍‌ଲାହୋମା ସହରରେ ରହୁଥିବା ମିଷ୍ଠି ସ୍ପାନ୍‌(୨୬)ଙ୍କୁ ୧୦ ବର୍ଷ ଜଲେ ଦଣ୍ଡାଦେଶ ହୋଇଛି। ଅତୀତରେ ମିଷ୍ଠିଙ୍କ ମାଆ ତାଙ୍କର ୩ ପିଲାଙ୍କୁ ପାଖରେ ରଖିବାର ଅଧିକାର ହରାଇ ଦେଇଥିବାରୁ ମିଷ୍ଠି ତାଙ୍କ ଜେଜେ ମାଆଙ୍କ ପାଖରେ ବଢ଼ିଥିଲେ। ୨୦୧୪ ମସିହାରେ ସେମାନେ ପୁଣି ଥରେ ପରସ୍ପରର ଯୋଗାଯୋଗରେ ଆସିଲେ। ସେମାନଙ୍କ ମଧ୍ୟରେ ସଂପର୍କ ଘନିଷ୍ଠ ହେବାରୁ ଦୁହେଁ ତାଙ୍କ ସଂପର୍କକୁ ଆଉ ଟିକେ ଆଗକୁ ନେବାର ନିଷ୍ପତ୍ତି ନେଲେ।

ମାତ୍ର ସେମାନଙ୍କ ଏହି ନିଷ୍ପତ୍ତି ଉପରେ ଅଭିଯୋଗ ହେବା ପରେ ମାଆ ପାଟ୍ରିସିଆ ସ୍ପାନ କହନ୍ତି, ‘ମୋତେ ଲାଗୁନି କି ଆମେ କାନୁନ ବିରୁଧରେ ଯାଇଛୁ। କାହିଁକି ନା ମିଷ୍ଠିର ଜନ୍ମ ସାର୍ଟିଫିକେଟ କିମ୍ବା ଅନ୍ୟ କୌଣସି ପ୍ରକାର କାଗଜ ପତ୍ରରେ ଅଭିଭାବକ ଭାବେ ମୋ ନାମ ନାହିଁ। ତେଣୁ ଏ ବିବାହ ନିୟମ ବିରୋଧୀ ଆଦୌ ବି ନୁହେଁ।’

ଉଲ୍ଲେଖଯୋଗ୍ୟ, ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଏକ ତଦନ୍ତ ସମୟରେ ଏପରି ଏକ ଅନୈତିକ ବିବାହ ଉପରୁ ପରଦା ଉଠିଥିଲା। ଏଠାରେ ଜାଣି ରଖନ୍ତୁ ଯେ ଏପରି ଏକ ଘଟଣା ପାଟ୍ରିସିଆ ସ୍ପାନଙ୍କ ପାଇଁ କିଛି ନୂଆ କଥା ନୁହେଁ। ୨୦୦୮ ମସିହାରେ ସେ ନିଜ ଜନ୍ମିତ ପୁତ୍ରଙ୍କୁ ମଧ୍ୟ ବିବାହ କରିଥିଲେ। ବିବାହର ୧୫ ମାସ ପରେ ତାଙ୍କ ପୁଅ ଏହି ବିବାହକୁ ଏକ ବିଚିତ୍ର ବିବାହ ବୋଲି ନାମ ଦେଇଥିଲେ। ଉକ୍ତ ବିବାହକୁ ନେଇ ପାଟ୍ରିସିଆଙ୍କ ଉପରେ ଯେଉଁ ମାମଲା ରୁଜୁ ହୋଇଥିଲା ତାହାର ଶୁଣାଣି ଜାନୁଆରିରେ ହୋଇଥାନ୍ତା।

ସମ୍ବନ୍ଧିତ ଖବର