ଦିଲ୍ଲୀ ବିମାନ ବନ୍ଦରରୁ ମହିଳା ଗିରଫ, ପେଟରୁ ବାହାରିଲା ୫କୋଟି ମୂଲ୍ୟର ୧୦୬ଟି କୋକେନ୍‌ କ୍ୟାପସୁଲ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଧିରାଗାନ୍ଧୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ଗତ ରବିବାର ଦିନ ଏନ୍‌ସିବି ବ୍ରାଜିଲର ଜଣେ ୨୫ବର୍ଷୀୟ ମହିଳାଙ୍କୁ ଗିରଫ କରିଛନ୍ତି। ଗିରଫ ମହିଳାଙ୍କ ପେଟରୁ କୋକେନ୍‌ର ୧୦୬ଟି କ୍ୟାପସୁଲ ମିଳିଛି। ମାଦକ ପଦାର୍ଥ ନିୟନ୍ତ୍ରଣ ବ୍ୟୁରୋ କୋକେନ୍‌ର ଚାଲାଣ କରୁଥିବା ଅଭିଯୋଗରେ ଏହି ମହିଳାଙ୍କୁ ଗିରଫ କରିଛନ୍ତି।

ଅଧିକାରୀଙ୍କ ମୁତାବକ, ମାଦକ ପଦାର୍ଥ ନିୟନ୍ତ୍ରଣ ବ୍ୟୁରୋ(ଏନ୍‌ସିବି)ର ଟିମ୍‌ ଏକ ଗୁଇନ୍ଦା ବିଭାଗର ସୂଚନା ଆଧାରରେ ମହିଳାଙ୍କୁ ଗିରଫ କରାଯାଇଥିଲା। ଏହି ମହିଳା ମଇ ୧୪ ତାରିଖରେ ବ୍ରାଜିଲର ସାଓ ପାଉଲୋରୁ ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚି ଥିଲେ। ଗିରଫ କରିବା ପରେ ତୁରନ୍ତ ତାଙ୍କୁ ସଫଦରଜଙ୍ଗ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ଏକ୍ସରେ କରାଯାଇଥିଲା। ଏକ୍ସରେ ରିପୋର୍ଟରେ ତାଙ୍କ ପେଟ ଭିତରେ କୋକେନ୍‌ ଥିବା ଜଣାପଡ଼ିଥିଲା। ୯୩୦-୯୩୦ଗ୍ରାମର  ଆମେରିକାନ୍ କୋକେନ୍‌ ପାଖାପାଖି ୧୦୬ଟି କ୍ୟାପସୁଲ ତାଙ୍କ ପେଟ ଭିତରୁ ମିଳିଥିଲା। ଏହି ଘଟଣା ପରେ ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର