ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ତାଙ୍କ ପଡ଼ୋଶୀ ଘରର ଜଣେ ମହିଳାଙ୍କ ସହ ଜାଲିଆତି କରିଥିବା କାରଣରୁ ମହିଳାଙ୍କୁ ଦିଲ୍ଲୀ ପୁଲିସ୍‌ ଗିରଫ କରିଛି। ୪୯ ବର୍ଷ ବୟସ୍କା ଏହି ଅଭିଯୁକ୍ତା ମହିଳା ଜଣକ ନିଜ ପଡ଼ୋଶୀଙ୍କୁ ଠକି ୩.୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ରୁ ଉଠାଇ ନେଇ ଯାଇଥିବା ଜାଣିବାକୁ ମିଳିଛି।

Advertisment

ଘଟଣାଟି ଏମିତି, ଅଭିଯୁକ୍ତ ମହିଳା ଏବଂ ଠକାମୀର ଶିକାର ହୋଇଥିବା ପଡ଼ୋଶୀ ଘରର ମହିଳାଙ୍କ ନାମ ସମାନ। ଫଳରେ ଅଭିଯୁକ୍ତା ମହିଳାଙ୍କୁ ଠକିବାକୁ ଏକ ସୁଯୋଗ ମିଳି ଯାଇଥିଲା। ମହିଳା ଜଣକ ଭୁଲ୍‌ ବଶତଃ  ତାଙ୍କ ଫଡ଼ୋଶୀଙ୍କ ଚେକ୍‌ ବୁକ୍‌ ପାଇ ଯାଇଥିଲେ। ସେ ସେହି ଚେକ୍‌ ବୁକ୍‌କୁ ନେଇ ବ୍ୟାଙ୍କ୍‌ରେ ପହଞ୍ଚିଥିଲେ। ଏପରିକି ବ୍ୟାଙ୍କ୍‌ରେ ସେ ପଡ଼ୋଶୀଙ୍କ ଜାଲ୍‌ ଦସ୍ତଖତ କରି ଏଟିଏମ୍‌ କାର୍ଡ ବି ହାତେଇବାରେ ସଫଳ ହୋଇଥିଲେ। କେବଳ ସେତିକି ନୁହେଁ ତାଙ୍କୁ ବ୍ୟାଙ୍କ୍‌ ପକ୍ଷରୁ ଏକ ପାସ୍‌ବୁକ୍‌ ବି ମିଳିଥିଲା।

publive-image The Hindu

ଏ ସବୁର ସୁଯୋଗ ଉଠାଇ ମହିଳା ଜଣକ ପଡ଼ିଶା ଘରର ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୩.୬ ଲକ୍ଷ ଟଙ୍କା ଉଠାଇ ଦେଇଥିଲେ। ଯାହାର ତଦନ୍ତ କରି ପୁଲିସ୍‌ ଏବେ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଛି।