ଗୌହାଟି: ବୁଧବାର ଦିନ କାମାକ୍ଷା ମନ୍ଦିର ଠାରୁ କେତେ ଶହ ମିଟର ଦୂରରୁ ଜଣେ ମହିଳାଙ୍କର ମସ୍ତକହୀନ ଶବ ଉଦ୍ଧାର କରାଯାଇଛି। ଜୁନ୍ ୨୨ ତାରିଖରେ ଆରମ୍ଭ ହେଉଥିବା ବାର୍ଷିକ ଆମ୍ବୁବାଚି ମେଳାର ଠିକ୍ ତିନି ଦିନ ପୂର୍ବରୁ ଘଟଣାଟି ଘଟିଥିବାରୁ ଏହା ନରବଳି କି, ନୁହେଁ ଆସାମ ପୁଲିସ ତଦନ୍ତ କରୁଛି।
ଗୌହାଟି ପଶ୍ଚିମ ପୁଲିସ ଡିସିପି କେକେ ଚୌଧୁରୀ ସନ୍ଧ୍ୟା ପ୍ରାୟ ୫: ୩୦ ମିନିଟ୍ ସମୟରେ ଖବର ପାଇଲେ କି, କାମାକ୍ଷା ମନ୍ଦିରକୁ ଯାଇଥିବା ନୀଳାଚଳ ପର୍ବତର ପାହାଚଶ୍ରେଣୀରେ ଶବଟି ପଡ଼ିଛି।
image source: Indian Expressଅପରିଚିତା ମହିଳାଙ୍କ ଅର୍ଦ୍ଧନଗ୍ନ ଓ ମସ୍ତକହୀନ ଶବର ଜଣାପଡୁଛି ଯେ ତାଙ୍କର ବୟସ ୪୦ ହୋଇ ପାରେ। ଶବ ପାଖରୁ ପୁଲିସ ଗୋଟାଏ ମାଟି ଦୀପ, ଗୋଟାଏ ମାଟି ପାତ୍ର, ଲାଲ୍ ସୂତା, ଖାଲି ପ୍ଲାଷ୍ଟିକ୍ ବୋତଲ, ପାଣିପିଆ ଷ୍ଟିଲ୍ ଗିଲାସ ଏବଂ ପ୍ଲାଷ୍ଟିକ୍ ବିଚଣା ପାଇଛି।
ଅପରାଧସ୍ଥଳକୁ ଯାଇଥିବା ଡିସିପି ଚୌଧୁରୀ କହନ୍ତି, ଏସବୁ ସାଧାରଣତଃ ପୂଜାରେ ବ୍ୟବହାର କରାଯାଏ। ସମ୍ଭବତଃ ହତ୍ୟାକାରୀ ପ୍ଲାଷ୍ଟିକ୍ ବୋତଲରେ ତେଲ ଆଣିଥାଇ ପାରେ।
କୌତୂହଳର ବିଷୟ ଯେ ପୁଲିସ ଘଟଣାସ୍ଥଳ କିଂବା ଶବରେ ବେଶୀ ରକ୍ତ ଦେଖିବାକୁ ପାଇନାହିଁ।
ଗୁରୁବାର ଦିନ ଶବଟିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/photo_pic.jpg)