କଟନୀ(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର କଟ୍ନୀରେ ଘଟିଛି ଏକ ଆଚମ୍ବିତ କରିବା ଭଳି ଘଟଣା। ଜଣେ ଗର୍ଭବତୀ ମହିଳା ଆତ୍ମହତ୍ୟା କରିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ପେଟରେ ଥିବା ଶିଶୁଟିର ଜୀବନ ବଞ୍ଚିଯାଇଛି।
ସୂଚନା ଅନୁସାରେ,ସକାଳୁ ମୃତ ମହିଳାଙ୍କ ସ୍ୱାମୀ ଉଠି ନିଜ ସ୍ତ୍ରୀଙ୍କୁ ୁ ଚାରି ଆଡ଼େ ଖୋଜି ନ ପାଇବାରୁ ଗୁହାଳକୁ ଯିବା ପରେ ତାଙ୍କ ଶବ ଝୁଲୁଥିବା ଦେଖିଥିଲେ । ଏହା ସହ ୯ମାସ ଗର୍ଭବତୀ ଥିବା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପେଟରେ ଥିବା ନବଜାତ ପେଟରୁ ବାହାରି ତଳେ ଝୁଲି ରହିଥିବା ଦୃଶ୍ୟ ତାଙ୍କ ସ୍ୱାମୀକୁ ଆଶ୍ଚର୍ଯ୍ୟ କରିଥିଲା । ନବଜାତଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2018/12/images-1-23.jpg)
ଏପରି ଦୃଶ୍ୟ ଦେଖି ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆମ୍ବୁଲାନ୍ସରେ ଥିବା ଡ଼ାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନବଜାତକୁ ମା’ଠାରୁ ଅଲଗା କରିଥିଲେ । ପରେ ନବଜାତକୁ ଡ଼ାକ୍ତରଖାନା ନିଆ ଯାଇ ଚିକିତ୍ସା କରାଯିବା ପରେ ଏବେ ଶିଶୁଟିର ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି । କିନ୍ତୁ ମହିଳାଙ୍କ ଆତ୍ମହତ୍ୟା କରିବା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ପୁଲିସ ଏବେ ଏ ନେଇ ତଦନ୍ତ ଆରମ୍ଭ କରିିଛି ।