ଇନ୍‌ଷ୍ଟାଗ୍ରାମ୍‌ ବନ୍ଧୁଙ୍କ ଦ୍ବାରା ୧୧ ଲକ୍ଷ ଟଙ୍କାର ଠକାମୀର ଶିକାର ହେଲେ ମହିଳା, ଉପହାର ଲୋଭରେ ଟଙ୍କା ପରେ ଟଙ୍କା ଦେଇ ଚାଲିଥିଲେ

ବେଙ୍ଗାଲୁରୁ: ପୂର୍ବରୁ ଅନେକ ଲୋକ ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଥିବାର ଉଦାହରଣ ରହିଛି। ନିକଟରେ ବେଙ୍ଗାଲୁରୁର ଜଣେ ମହିଳା ତାଙ୍କର ଜଣେ ଇନ୍‌ଷ୍ଟାଗ୍ରାମ୍‌ ବନ୍ଧୁଙ୍କ ଦ୍ବାରା ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଥିବାର ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଯାହା ଦ୍ବାରା ଅନ୍‌ଲାଇନ୍‌ ଠକାମୀର ଶିକାର ହୋଇଛନ୍ତି ସେ ବ୍ୟକ୍ତି ଜଣକ ନିଜକୁ ଲଣ୍ଡନର ବୋଲି ପରିଚୟ ଦେଇଥିଲେ। ସେ ମହିଳାଙ୍କ ସହ ଛଳନା କରି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ଅଭିଯୁକ୍ତ ଜଣକ ସୋସିଆଲ୍‌ ମିଡିଆରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କୁ ଟାର୍ଗେଟ କରି ବନ୍ଧୁତା କରିଥିଲେ। ପରସ୍ପରଙ୍କ ବନ୍ଧୁତା ବଢ଼ିବା ପରେ ବ୍ୟକ୍ତିଗତ କଥାବାର୍ତ୍ତା ବି ହୋଇଥିଲା ଉଭୟଙ୍କ ମଧ୍ୟରେ। ନିଜକୁ ଲଣ୍ଡନର ବାସିନ୍ଦା ବୋଲି କହୁଥିବା ବ୍ୟକ୍ତି ଜଣକ ଭାରତୀନଗରରେ ରହୁଥିବା ଏହି ପୀଡ଼ିତା ମହିଳାଙ୍କୁ ନଭେମ୍ବର ୨୫ରୁ ଡିସେମ୍ବର ୪ ମଧ୍ୟରେ ଠକିଥିବା ଜାଣିବାକୁ ମିଳିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଅଭିଯୁକ୍ତଙ୍କ ନାମ ଡାନିଏଲ୍‌। ସେ ନଭେମ୍ବରରେ ମହିଳାଙ୍କୁ ଫ୍ରେଣ୍ଡ୍‌ ରିକୁଏଷ୍ଟ୍‌ ପଠାଇଥିଲେ ଓ ପରେ ଦୁହିଁଙ୍କ ମଧ୍ୟରେ ମୋବାଇଲ୍‌ ନମ୍ବର ଦିଆନିଆ ହୋଇଥିଲା।

AARP

କଥାରେ କଥାରେ ବ୍ୟକ୍ତି ଜଣକ ମହିଳାଙ୍କୁ କହିଥିଲେ କି ସେ ଲଣ୍ଡନରୁ ତାଙ୍କ ପାଇଁ ୬୨ ହଜାର ପାଉଣ୍ଡର୍‌ ଅଳଙ୍କାର ଉପହାର ଆକାରରେ ପଠାଉଛନ୍ତି। ଭାରତୀୟ ମୁଦ୍ରା ହିସାବରେ ତାହାର ଦାମ ୫୮ ଲକ୍ଷ ଟଙ୍କା।

ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଉପହାର ପଠାଉଛନ୍ତି ବୋଲି କହିବାର ୨ ଦିନ ପରେ ମହିଳାଙ୍କ ନିକଟକୁ ସୀମା ଶୁଳ୍କ ବିଭାଗରୁ ଏକ ଫୋନ୍‌ କଲ୍‌ ଆସିଥିଲା। ମହିଳାଙ୍କୁ ତାଙ୍କ ଉପହାର ଗ୍ରହଣ କରିବାକୁ ୫୫ ହଜାର ଟଙ୍କା ଦେବା ପାଇଁ କୁହାଯାଇଥିଲା। ମହିଳା ଜଣକ ତତ୍‌କ୍ଷଣାତ ଟଙ୍କା ଜମା କରିଥିଲେ। ତା’ପରଦିନ ବ୍ୟକ୍ତି ଜଣକ ମହିଳାଙ୍କୁ ପୁଣି ୨.୨୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମହିଳା ତାହା ବି କରିଥିଲେ। କିଛିଦିନ ପରେ ମହିଳାଙ୍କ ନିକଟକୁ ଫୋନ୍‌ ଆସିଥିଲା ଯେ ତାଙ୍କ ଉପହାର ୧୭ କିଲୋର ହୋଇଥିବାରୁ ତାଙ୍କୁ ୫.୫ ଲକ୍ଷ ଟଙ୍କା ଦେବାକୁ ହେବ। ଏମିତି ଅନେକ ଥର ହେବା ପରେ ଶେଷର ମହିଳାଙ୍କୁ ସନ୍ଦେହ ଆସିଥିଲା ଓ ସେ ପୁଲିସ୍‌ରେ ଅଭିଯୋଗ କରିବା ପରେ ଅସଲ ଘଟଣା ସାମ୍ନାକୁ ଆସିଥିଲା।

 

ସମ୍ବନ୍ଧିତ ଖବର