ସିରିଞ୍ଜରେ ନିଜ ଶରୀରରୁ ରକ୍ତ ବାହାର କରି ଗଣଦୁଷ୍କର୍ମର କାହାଣୀ ରଚିଥିଲେ ମହିଳା, ଏଭଳି ସାମ୍ନାକୁ ଆସିଲା ପୂରା ଘଟଣା

ଅମରୋହା : ଉତ୍ତରପ୍ରଦେଶର ଅମରୋହାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଡ଼ାକ୍ତରଖାନାର ସଞ୍ଚାଳିକା ନିଜ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ପୁଲିସରେ ମିଥ୍ୟା ଅଭିଯୋଗ କରିବା ସହ ୪ଜଣଙ୍କୁ ଗିରଫ କରାଇଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କିନ୍ତୁ ମେଡିକାଲ ରିପୋର୍ଟ ଆସିବା ପରେ ମହିଳାଙ୍କ ଅସଲ ଚେହେରା ସାମ୍ନାକୁ ଆସିବା ସହ ସେ ଏବେ ସବୁ ସତ ମାନି ନେଇଥିବା ଜଣା ପଡ଼ିଛି ।

Deccan Herald

ସୂଚନା ମୁତାବକ, ଅମରୋହାର ଡଗରୌଲିରେ ଘରୋଇ ଡ଼ାକ୍ତରଖାନା ଚଳାଉଥିବା ମହିଳା ନିଜ ସହ-ଭାଗୀଦାରଙ୍କ ଶାଶୁଘର ବିରୋଧରେ ଏଭଳି କାହାଣୀ ରଚିଥିଲେ । ସିରିଞ୍ଜରେ ରକ୍ତ ବାହାର କରି ନିଜ ପୋଷାକରେ ପକାଇବା ସହ ଗଣଦୁଷ୍କର୍ମର ଅଭିଯୋଗ କରିଥିଲେ । ଯାହା ପରେ ମହିଳାଙ୍କ ସହ-ଭାଗୀଦାର ଋଷୀପାଲଙ୍କ ଶଶୁର ହୁକୁମ ସିଂହ, ଶଳା ତେଜବୀର, ବିଷ୍ଣୁ ଏବଂ ଅଖିଳେଶଙ୍କୁ ଗିରଫ କରିଥିଲା ପୁଲିସ । କିନ୍ତୁ ମେଡିକାଲ ରିପୋର୍ଟ ଆସିବା ପରେ ସବୁ ସତ ସାମ୍ନାକୁ ଆସିବା ସହ ମହିଳା ନିଜର ଭୁଲ ମାନି ନେଇଥିଲେ । ଋଷିପାଲଙ୍କୁ କୌଣସି ମାମଲାରୁ ବଞ୍ଚାଇବା ପାଇଁ ମହିଳା ଏଭଳି ନାଟକ କରିଥିବା ସାମ୍ନାକୁ ଆସିବାରୁ ପୁଲିସ ଗିରଫ କରିଥିବା ୪ଜଣଙ୍କୁ ମୁକ୍ତ କରିଛି ।

ସମ୍ବନ୍ଧିତ ଖବର