ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରି ଦୁଷ୍କର୍ମ କଲେ ୪ ସାଙ୍ଗ, ଭିଡିଓ ଭାଇରାଲ କରିବା ଧମକ ବି ଦେଲେ

ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା ନିଉ ଅଶୋକ ନଗରରେ ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ୪ ଜଣ ସାଙ୍ଗ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରି ଏଭଳି ଅପରାଧ କରିଥିବା ବେଳେ ପୀଡ଼ିତାଙ୍କୁ ଗୋଟେ ଦିନ ବନ୍ଦୀ କରି ରଖିଥିଲେ । ପରେ ଦୁଷ୍କର୍ମ ସମୟର ଭିଡ଼ିଓ ଭାଇରାଲ କରିଦେବାର ଧମକ ଦେଇ ୪ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ମୁକ୍ତ କରିଥିଲେ । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ସୋମବାର ପୀଡ଼ିତା ଏ ନେଇ ଅଭିଯାଗ କରିଥିବା ଜଣା ପଡ଼ିଛି ।

ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ଶୁକ୍ରବାର ତାଙ୍କର ଜଣେ ବନ୍ଧୁ ତାଙ୍କୁ ଫୋନ କରି ନିଜ ଘରକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ପୀଡ଼ିତା ମନା କରିବା ପରେ ତୁମର ଅନ୍ୟ ୪ଜଣ ମହିଳା ବନ୍ଧୁ ମଧ୍ୟ ଆସୁଛନ୍ତି ବୋଲି କହି ଅଭିଯୁକ୍ତ ପୀଡ଼ିତାଙ୍କୁ ରାଜି କରାଇଥିଲେ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ଘର ଭିତରେ ତାଙ୍କୁ ଫୋନ କରିଥିବା ସାଙ୍ଗ ଏବଂ ଅନ୍ୟ ୩ଜଣ ଯୁବକ ଥିବା ଦେଖିଥିଲେ । ଆଉ ସବୁ କେତେବେଳେ ଆସିବେ ବୋଲି ପଚାରିବା ପରେ ସେମାନେ ବାଟରେ ଅଛନ୍ତି କହି ପୀଡ଼ିତାଙ୍କୁ ତାଙ୍କ ବନ୍ଧୁ ଜୁସ୍‌ ପିଇବା ପାଇଁ ଦେଇଥିଲେ । ଜୁସ୍‌ ପିଇ ସାରିବା ପରେ ପୀଡ଼ିତା ଅଚେତ ହୋଇଯିବାରୁ ୪ଜଣ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

StepFeed

ହୋସ ଆସିବା ପରେ ପୀଡ଼ିତା ସବୁ ଜାଣି ପାରି ଏହାର ଅଭିଯୋଗ କରିବେ ବୋଲି କହିବାରୁ ୪ଜଣ ଅଭିଯୁକ୍ତ ତାଙ୍କର ଅଶ୍ଳୀଳ ଭିଡ଼ିଓକୁ ଭାଇରାଲ କରିବାର ଧମକ ଦେଇ ଅଭିଯୋଗ ନ କରିବା ପାଇଁ କହିଥିଲେ । ଘରକୁ ଫେରିବା ପରେ ପୀଡ଼ିତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖି କାରଣ ପଚାରିବା ପରେ ପୂରା ଘଟଣା ନିଜ ମା’ଙ୍କୁ ଜଣାଇଥିଲେ। ଯାହା ପରେ ଦୁହେଁ ପୁଲିସ ଷ୍ଟେସନ ଯାଇ ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏବେ ୪ଜଣ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର