ସ୍ୱାମୀକୁ ବାନ୍ଧି କାର୍‌ରେ ପକାଇ ଦେଲେ, ୮ମାସର ଗର୍ଭବତୀ ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ୮ ଦୁର୍ବୃତ୍ତ

ମୁମ୍ବାଇ : ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ସତାରା ଜିଲ୍ଲାରେ ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ୮ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀଙ୍କ ସହ ଏକ ସଭାରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ୨୦ବର୍ଷିୟ ପୀଡ଼ିତା ହୋଇଥିଲେ ଗଣଦୁଷ୍କର୍ମର ଶିକାର । ଏ ନେଇ ୮ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ପାରି ନାହିଁ ।

Zee News – India.comen

ସୂଚନା ମୁତାବକ, ପୀଡ଼ିତା ଏବଂ ତାଙ୍କ ସ୍ୱାମୀ ହୋଟେଲ କାମ ପାଇଁ ଲୋକ ଖୋଜୁଥିଲେ । ୮ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଦମ୍ପତିଙ୍କୁ ତୁମ ହୋଟେଲ ପାଇଁ ଲୋକ ଖୋଜିଛି । ତାକୁ କାମରେ ଲଗାଇବା ପୂର୍ବରୁ ୨୦ହଜାର ଆଡ଼୍‍ଭାନ୍ସ ଦେବାକୁ ହେବ ବୋଲି କହିଥିଲେ । ଦମ୍ପତି ସେ ଦେଇଥିବା ଠିକଣାରେ ପହଞ୍ଚିବା ପରେ ୮ଜଣ ଅଭିଯୁକ୍ତ ପୀଡ଼ିତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ସହ ହାତ ଗୋଡ଼ ବାନ୍ଧି କାର୍‌ରେ ପକାଇ ଦେଇଥିଲେ । ଏହା ପରେ ପୀଡ଼ିତା ପିନ୍ଧିଥିବା ସୁନା ଅଳଙ୍କାର ଚୋରି କରି ନେବା ସହ ୮ଜଣ ମିଶି ଗଣଦୁଷ୍କର୍ମ କରିଥିଲେ । ଗଣଦୁଷ୍କର୍ମ ପରେ ପୁଲିସ ମଧ୍ୟ ତୁମ କଥା ଶୁଣିବ ନାହିଁ ବୋଲି କହି ପଳାଇ ଯାଇଥିଲେ ୮ ଅଭିଯୁକ୍ତ । ଏହି ଘଟଣା ପରେ ପୁଲିସରେ ଅଭିଯୋଗ ହେବା ପରେ ଦୁଷ୍କର୍ମକାରୀଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର