ନିଜ ଆଖି ଆଗରେ ମା’ ସହ ଗଣଦୁଷ୍କର୍ମ ହେଉଥିବା ଦେଖି ବିରୋଧ କଲା ନାବାଳକ ପୁଅ,କିନ୍ତୁ…

ମୁଜାଫର୍‌ପୁର : ବିହାରର ମୁଜାଫରପୁରରେ ଘଟିଛି ଏକ ଦୁଃଖଦାୟକ ଘଟଣା । ଆଖି ଆଗରେ କିଛି ଲୋକଙ୍କୁ ନିଜ ମା’ ସହିତ ଦୁଷ୍କର୍ମ କରୁଥିବା ଦେଖି ଏହାର ବିରୋଧ କରିବାକୁ ଭାବିଥିଲା ୧୭ବର୍ଷୀୟ ପୁଅ । ନିଜ ଜୀବନକୁ ଖାତିର ନ କରି ନାବାଳକ ପୁଅ ମା’କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା ସତ, କିନ୍ତୁ ଏହି ସଂଘର୍ଷରେ ତାକୁ ନିଜ ଜୀବନ ହରାଇବାକୁ ପଡ଼ିଥିଲା । ଅଭିଯୁକ୍ତମାନେ ମା’କୁ ଛାଡ଼ି ନାବାଳକକୁ ପିଟିବାରେ ଲାଗି ପଡ଼ିଥିଲେ । ତୁରନ୍ତ ନାବାଳକକୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ପୀଡ଼ିତା ଚାରା କିଣିବା ପାଇଁ ପାଖ ଦୋକାନକୁ ଯାଇଥିବା ବେଳେ ଦୋକାନି ଏବଂ ସେଠାରେ ବସିଥିବା ୪ଜଣ ଲୋକ ପୀଡ଼ିତାଙ୍କ ସହ ଅସଦାଚରଣ କରିବା ସହ ଭିତରକୁ ଟାଣି ନେଇଥିଲେ । ପୀଡ଼ିତାଙ୍କ ଚିତ୍କାର ଶୁଣି ତାଙ୍କ ୧୭ବର୍ଷର ପୁଅ ଘଟଣାସ୍ଥଳକୁ ଆସି ନିଜ ମା’ଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ପୁଅକୁ ବାଟର କଣ୍ଟା ହେଉଥିବା ଦେଖି ଅଭିଯୁକ୍ତମାନେ ନାବାଳକକୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିଲେ । ମାଡ଼ ଖାଇ ନାବାଳକ ବେହୋସ ହୋଇଯିବାରୁ ମୃତ ବୋଲି ଭାବି ଡ଼ରରେ ସେଠାରୁ ଚାଲି ଯାଇଥିଲେ ଅଭିଯୁକ୍ତ । ପୀଡ଼ିତା ନିଜ ପୁଅକୁ ତୁରନ୍ତ ଡ଼ାକ୍ତରଖାନା ନେବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

ସମ୍ବନ୍ଧିତ ଖବର