ପ୍ରେମିକକୁ ବିବାହ କରିବା ପାଇଁ ତୃତୀୟ ସ୍ୱାମୀକୁ ଛାଡ଼ିଲେ ମହିଳା,ଶେଷ ମୁହୂର୍ତ୍ତରେ ପ୍ରେମିକ ମନା କରିବାରୁ ଆପଣାଇଲେ ସ୍ୱାମୀ
ଅହମଦାବାଦ୍ : ‘ମୋର ଭୁଲ୍ ହୋଇ ଯାଇଛି । ଭାଙ୍ଗି ଯାଇଥିବା ସଂପର୍କକୁ ପୁଣି ଥରେ ଯୋଡ଼ି ଦିଅନ୍ତୁ । ମୋ ପ୍ରେମିକ ଏବଂ ମାତା-ପିତା ମୋତେ ଆପଣାଇବା ପାଇଁ ମନା କରି ଦେଇଛନ୍ତି । ରହିବା ପାଇଁ ମୋ ପାଖରେ ଏବେ କୌଣସି ଘର ନାହିଁ । ୧୦ଦିନ ପୂର୍ବରୁ ମୋର ଛାଡ଼ପତ୍ର ହେବା ସହ ମୋର ୮ମାସର ଝିଅ ମୋ ସ୍ୱାମୀଙ୍କ ପାଖରେ ଅଛି । ମୁଁ ମୋ ସ୍ୱାମୀ ଏବଂ ଝିଅ ସହ ପୁଣି ଥରେ ରହିବା ପାଇଁ ଚାହୁଁଛି ।’
Sambad is now on WhatsApp
Join and get latest news updates delivered to you via WhatsApp
କାକୁତିମିନତି ହୋଇ ଏଭଳି ଭାବେ ହେଲ୍ପଲାଇନ୍କୁ ସାହାଯ୍ୟ ମାଗିଥିଲେ କାବ୍ୟା ନାମକ ଜଣେ ମହିଳା । ଏ ନେଇ କାବ୍ୟାଙ୍କ ସ୍ୱାମୀଙ୍କୁ ଜଣାଇ ଦିଆଯିବା ପରେ ନିଜ ସ୍ତ୍ରୀର ଅବସ୍ଥା ଦେଖି ପୁଣି ଥରେ ଆପଣାଇବା ପାଇଁ ସେ ରାଜି ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ,ପୀଡ଼ିତା କାବ୍ୟାଙ୍କୁ ୨୦ବର୍ଷ ବୟସ ହୋଇଥିବା ବେଳେ ମାତା-ପିତା ତାଙ୍କର ପ୍ରଥମ ବିବାହ କରାଇଥିଲେ, ଯାହା ମାତ୍ର ୨ମାସ ପର୍ଯ୍ୟନ୍ତ ଠିକ୍ ଚାଲିଥିଲା । ୨ ମାସର ବିବାହ ପରେ ଛାଡ଼ପତ୍ର ନେଇ ୮ ମାସ ପରେ ସେ ଘରୁ ଲୁଚି ତାଙ୍କ ପ୍ରେମିକ ରୋହିତଙ୍କୁ ପୁଣି ବିବାହ କରିଥିଲେ । ବିବାହ ପରେ ରୋହିତ୍ଙ୍କ ଯୌଥ ପରିବାର ଥିବାରୁ କାବ୍ୟା ଅଲଗା ରହିବା ଆରମ୍ଭ କରିଥିଲେ । ଦିନ ସାରା କିଛି କାମ ନ କରି ବାହାରେ ବୁଲୁଥିବାରୁ ରୋହିତ୍ ଏବଂ କାବ୍ୟାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଏଥି ପାଇଁ କାବ୍ୟା ରେହିତ୍ଙ୍କ ଛାଡ଼ପତ୍ର ଦେଇ ନିଜ ବାପଘରେ ଆସି ରହିବାକୁ ଲାଗିଥିଲେ ।
ଘରର ଆର୍ଥିକ ପରିସ୍ଥିତି ଠିକ୍ ନଥିବାରୁ କାବ୍ୟା ମେହୁଲ ନାମକ ଜଣେ ବ୍ୟବସାୟୀଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ । କିଛି ଦିନ କାମ କରିବା ପରେ ମେହୁଲ ଏବଂ କାବ୍ୟାଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଦୁଇ ବର୍ଷ ପୂର୍ବେ ଦୁଇ ଜଣ ବିବାହ କରିଥିବା ବେଳେ ତାଙ୍କ ୮ମାସର ଏକ ଝିଅ ମଧ୍ୟ ଥିଲା । ଏହି ସମୟରେ କାବ୍ୟା ପଡ଼ୋଶୀ ଭାବେଶଙ୍କ ସହ ଅନୈତିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଏ ବିଷୟରେ ଜାଣି ମେହୁଲ ମଧ୍ୟ କାବ୍ୟାଙ୍କୁ ଛାଡ଼ପତ୍ର ଦେଇଥିଲେ । ଛାଡ଼ପତ୍ର ପରେ ମୁଁ ତୁମକୁ ବିବାହ କରିବି ବୋଲି ଭାବେଶ କହିଥିବା ବେଳେ ପରେ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଏହା ଜାଣି ଅନ୍ୟ କିଛି ବାଟ ନ ପାଇ ପୁଣି ଥରେ ମେହୁଲଙ୍କ ପାଖକୁ ଫେରିବା ପାଇଁ ଗୁହାରି କରିଥିଲେ କାବ୍ୟା ।