ଜୁନାଗଡ଼ରେ ଜୀଅନ୍ତା ନାଗ ସାପ ଧରି ଗରବା ନାଚିଲେ ମହିଳା

ଜୁନାଗଡ଼: ଗୁଜୁରାଟର ସିଲ୍‌ ଗ୍ରାମରେ ଜଣେ ନାବାଳିକାଙ୍କ ସହ ୫ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ନାଗ ସମେତ ଅନ୍ୟାନ୍ୟ ସପ ସହ ଗରବା ନୃତ୍ୟ ପ୍ରଦର୍ଶନ କରୁଥିବା ହେତୁ ସେମାନଙ୍କୁ ଗିରଫ କରାଯାଇଛି।

ସୋସିଆଲ୍‌ ମିଡିଆରେ ଏକ ଭାଇରାଲ୍‌ ଭିଡିଓ ଦେଖିବାକୁ ମିଳିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଯେ ୩ ଜଣ ମହିଳା ସାପ ଧରି ଗରବା ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଏହି ଭିଡିଓଟି ଦେଖିବା ପରେ ଜଙ୍ଗଲ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସିଥିଲା।

India TV

ଶନିବାର ଗଣମାଧ୍ୟମରେ ମତ ରଖି ଉପ ବନ୍ୟ ସଂଗ୍ରକ୍ଷକ ସୁନୀଲ ବେରଓ୍ଵାଲ୍‌ କହିଛନ୍ତି, ‘ଭାଇରାଲ୍‌ ଭିଡିଓଟିକୁ ତଦନ୍ତ କରିବା ପରେ ଆମେ ୫ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛୁ। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

ଗିରଫ ହୋଇଥିବା ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରେ ଥିବା ୧୨ ବର୍ଷର ବାଳିକାକୁ କିଶୋର ଅଦାଲତକୁ ପଠାଯାଇଛି। ଏହି ଘଟଣାର ତଦସ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର