ଡେଟିଂ ଆପରେ ଯୁବକଙ୍କ ସହ କଥା ହେଉଥିଲେ, ପରେ ପରିଚୟ ପାଇ ଉଡ଼ିଲା ମହିଳାଙ୍କ ହୋସ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅନେକ ଡେଟିଂ ଆପ୍ ରହିଛି, ଯାହାଏକ ସାଥୀ ଖୋଜିବାରେ ହେଉଥିବା ଅସୁବିଧାକୁ ପୂବ ଅପେକ୍ଷା ଅଧିକ ସହଜ କରିଦେଇଛି। ଅନେକ ଲୋକ ନିଜ ପାଇଁ ସାଥୀ ଖୋଜିବା ନେଇ ଡେଟିଂ ଆପ୍ ବ୍ୟବହାର କରନ୍ତି ଏବଂ କିଛି ପିଲାଙ୍କୁ ଏଥିରେ ସଫଳତା ମଧ୍ୟ ମିଳେ। କିନ୍ତୁ ବେଳେବେଳେ ଏହି ଡେଟିଂ ଆପ୍ ପାଇଁ ଅନେକ ଲୋକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼େ। ଡେଟିଂ ଆପ ଜରିଆରେ ସାଥୀ ଖୋଜିବାକୁ ଯାଇ ଏବେ ଜଣେ ମହିଳା ଚିନ୍ତାରେ ପଡ଼ିଛନ୍ତି। ଡେଟିଂ ଆପ୍ ମାଧ୍ୟମରେ ମହିଳାଜଣକ ଯେଉଁ ପୁରୁଷଙ୍କ ସହ କଥା ହୋଇ ପ୍ରେମ ସଂପର୍କ ରଖିଥିଲେ, ସେ ତାଙ୍କର ସଂପର୍କୀୟ ବୋଲି ଜଣାପଡ଼ିଥିଲା।

aajtak

ଆମେରିକାରେ ରହୁଥିବା ଏହି ମହିଳା ସୋସିଆଲ ମିଡିଆରେ କହିଛନ୍ତି ଯେ ଡେଟିଂ ଆପରେ ଥିବା ତାଙ୍କ ପ୍ରୋଫାଇଲ୍ ତାଙ୍କ ସମ୍ପର୍କୀୟଙ୍କ ସ୍ୱାମୀ ସହିତ ମେଳ ଖାଇଥିଲା। ବର୍ତ୍ତମାନ ମହିଳାଜଣଙ୍କ ସୋସିଆଲ ମିଡିଆରେ ମତାମତ ଲୋଡିଛନ୍ତି ଯେ ସେ କିପରି ଏହି ପରିସ୍ଥିତିକୁ ସମାଧାନ କରିପାରିବେ। ମହିଳାଙ୍କ କହିବା ମୁତାବକ, କିଛି ଦିନ ତଳେ ସେ ଏକ ଡେଟିଂ ଆପ୍ ଡାଉନଲୋଡ୍ କରି ନିଜର ଏକ ଆକାଉଣ୍ଟ୍ ତିଆରି କରିଥିଲେ। ପୂର୍ବରୁ ସେ ନିଜ ସମ୍ପର୍କୀୟଙ୍କ ସ୍ୱାମୀଙ୍କୁ କେବେ ଭେଟି ନଥିବା ବେଳେ ଡେଟିଂ ଆପରେ ସେ ସମ୍ପର୍କୀୟଙ୍କ ସ୍ୱାମୀଙ୍କୁ ଭେଟିଥିଲେ। ଅଲଗା ଦେଶରେ ରହିବା ସହ କେବେ ଭେଟିନଥିବାରୁ ମହିଳାଜଣକ ସମ୍ପର୍କୀୟଙ୍କ ସ୍ୱାମୀଙ୍କୁ ଚିହ୍ନିପାରିନଥିଲେ। ଡେଟିଂ ଆପ୍ ଡାଉନଲୋଡ୍ କରିବା ମାତ୍ରେ ସମ୍ପର୍କୀୟଙ୍କ ସ୍ୱାମୀଙ୍କୁ ରାଇଟ୍ ସ୍ୱାଇପ୍ କରିଥିଲେ ମହିଳା। ଏହା ପରେ ଦୁହିଁଙ୍କ ପ୍ରୋଫାଇଲ୍ ମେଳ ଖାଇଥିଲା। କିଛି ଦିନ କଥା ହେବା ପରେ ମହିଳାଜଣକ ସତ ଜାଣିବାକୁ ପାଇଥିଲେ। ଏବେ ସେ କ’ଣ କରିବେ ସେନେଇ ସୋସିଆଲ ମିଡିଆରେ ଲୋକଙ୍କ ମତାମତ ଲୋଡିଛନ୍ତି।

ସମ୍ବନ୍ଧିତ ଖବର