ମହିଳାଙ୍କୁ ଦୁଷ୍କର୍ମ, ଦିଅର ଗିରଫ

ଭୁବନେଶ୍ୱର: ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତା’ ନାଁ ମନୋଜ ମହାରଣା (୨୪)। ଘର ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳରେ। ସେ ପୀଡ଼ିତାଙ୍କ ସଂପର୍କୀୟ ଦିଅର ବୋଲି ଜଣାଯାଇଛି। ମନୋଜର ଜଣେ ସଂପର୍କୀୟ ଭାଉଜ ନୂଆପଲ୍ଲୀ ଅଞ୍ଚଳରେ ରହନ୍ତି। ମନୋଜ ବିଭିନ୍ନ ସମୟରେ ତାଙ୍କ ଘରକୁ ଯିବା ଆସିବା କରେ। ତେବେ ମହିଳାଙ୍କ ସ୍ୱାମୀ ଅଧିକାଂଶ ଦିନ ବାହାରେ ରହୁଥିବା ସୁଯୋଗ ନେଇ ମନୋଜ ଗତ ୨୮ତାରିଖ ରାତିରେ ତାଙ୍କୁ ଦୁଷ୍କର୍ମ କରିବାକୁ ଯୋଜନା କରିଥିଲା। ଉକ୍ତ ରାତି ପ୍ରାୟ ୧୧ଟା ବେଳେ ସେ ମହିଳାଙ୍କ ଘରକୁ ଯାଇ ତାଙ୍କୁ ନିଶା ଔଷଧ ମିଶା ମିଠା ଖାଇବାକୁ ଦେଇଥିଲା। ମିଠା ଖାଇ ମହିଳା ଜଣଙ୍କ ଅଚେତ ହୋଇଯିବା ପରେ ମନୋଜ ପୂରା ରାତି ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର କିଛି ଆପତ୍ତିଜନକ ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ନେଇଥିଲା। ଚେତା ଫେରିବା ପରେ ଏ ବିଷୟରେ ପଚାରିବାରୁ  ମନୋଜ ତାଙ୍କୁ ଧମକଚମକ ଦେବା ସହ ଏ ସଂପର୍କରେ କାହାରିକୁ କହିଲେ ଭିଡିଓ ଭାଇରାଲ୍‌ କରିଦେବ ବୋଲି କହିଥିଲା। ମହିଳାଜଣଙ୍କ ଘଟଣା ସଂପର୍କରେ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର